ଗଜପତି ଜିଲ୍ଲା ସ୍ତରୀୟ ଭୋଟର ତାଲିକାର ସ୍ଵତନ୍ତ୍ର ସଂଶୋଧନ ବୈଠକ ଅନଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକାରସ୍ଵତନ୍ତ୍ରସଂଶୋଧନବୈଠକ ଅନୁଷ୍ଠିତ ହୋଯାଇଛି l ବୈଠକରେ ଚିଠା ଭୋଟର ତାଲିକା ୨୧୨୨ ପ୍ରକାଶିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସରକାରୀ ନିର୍ବାଚନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ ଓ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଭାରତୀୟ ନିର୍ବାଚନ କମିଶନରଙ୍କ ମାର୍ଗଦର୍ଶିକା ପ୍ରକାରେ ଆଜି ଠାରୁ ମୂଳ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି ପ୍ରକ୍ରିୟା ୧.୧୧. ୨୦୨୧ ତାରିଖ ଠାରୁ ୩୦.୧୧. ୨୦୨୧ପର୍ଯ୍ୟନ୍ତ ଚାଲୁ ରହିବ।

ଏହି ସମୟ ମଧ୍ୟରେ ଭୋଟର ମାନେ ଫର୍ମ ୬ନୁମ୍ୱରରେ ନିଜର ନାମକୁ ପଞ୍ଜିକରଣ , ଫର୍ମ ୭ ରେ ବାଦ , ଫର୍ମ ୮( କ) ରେ ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତର କରି ପାରିବେ ।ଆସନ୍ତା ୭. ୧୧.୨୦୨୧ ରବିବାର ଓ ୨୧.୧୧.୨୦୨୧ ରବିବାର ଦିନ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିନ ଭାବରେ ପାଳନ କରାଯିବ । ଉକ୍ତ ଦିନ ବୁଥ ସ୍ତରୀୟ ଅଧିକାରୀ ମାନେ ଦିବା ୧୦ଘଟିକା ଠାରୁ ଦିବା ୫ ଘଟିକା ପର୍ଯ୍ୟନ୍ତ ଭୋଟର ମାନଙ୍କ ଠାରୁ ଫର୍ମ ଗ୍ରହଣ କରିବେ । ବୈଠକରେ ଜିଲ୍ଲାପାଳ ଯୁବ ଭୋଟର ମାନଙ୍କ ନାମ ଯୋଗ ଏବଂ ବାଦ ପଡିଥିବା ଭୋଟମାନଙ୍କୁ ପ୍ରାଧାନ୍ୟ ଦେବାକୁ କହିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କୁ ପ୍ରତ୍ୟେକ ବୁଥରେ ନିଯୁକ୍ତି ଦେବା ପାଇଁ ରାଜନୈତିକ ଦଳ ମାନଙ୍କୁ କହିଥିଲେ । ଉପ ଜିଲ୍ଲାପାଳ ଭୋଟର ହେଲ୍ପଲାଇନ ଆପ ର ଉପଯୋଗୀତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ . ବୈଠକରେ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ସୂଚନା ଲୋକ ସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ଶିଶା ଏବଂ ନିର୍ବାଚନ ବିଭାଗର ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version