ରାଜ୍ୟସ୍ତରୀୟ ମେଘ ଉତ୍ସବରେ ଚିତ୍ରକଳା ଶିବିର ‘ମେଘ ମହ୍ଳାର’ ଆୟୋଜିତ ଅଂଶଗ୍ରହଣ କଲେ ୩୧ ଜଣ ଯୁବ ଚିତ୍ରଶିଳ୍ପୀ

ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ଓଡ଼ିଶା ଲଲିତ କଳା ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ମେଘ ଉତ୍ସବ’ ଅବସରରେ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର’ମେଘ ମହ୍ଳାର’ନ୍ତ ଆୟୋଜିତ ହୋଇଯାଇଛି । ଏହି ଦୁଇଦିନିଆ ଶିବିରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଶୁଭ ଉଦଘାଟନ କରି ଅଂଶଗ୍ରହଣକାରୀ ଯୁବ ଶିଳ୍ପୀମାନଙ୍କୁ କଳାର ଶୀର୍ଷ ସୋପାନରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ, ଏଥି ସହିତ ଚିତ୍ର ଓ ସାହିତ୍ୟରେ ବର୍ଷାର ଚିତ୍ରଣ କଳା ଓ ସାହିତ୍ୟକୁ ଋଦ୍ଧିମନ୍ତ କରେ ବୋଲି ମତପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ, ଶ୍ରୀ ପ୍ରବୋଧ କୁମାର ରଥ, ଲୋକକଳାର ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀ ବାସୁଦେବ ମାଲବିଶୋଇ, ରାଜ୍ୟ ଲୋକକଳା ସଂଘର ସଭାପତି, ଶ୍ରୀ ଅବନି କୁମାର ମିଶ୍ର, ଓଡ଼ିଶା ଲଲିତ କଳା ଏକାଡେମୀର ସଚିବ, ଶ୍ରୀ ପଞ୍ଚାନନ ସାମଲ ଓ ଜୟପୁର ଆର୍ଟ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଯୁଧିଷ୍ଠିର ମଲ୍ଲିକ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ପ୍ରାରମ୍ଭରେ ଶିଳ୍ପୀମାନଙ୍କୁ ପୁଷ୍ପମାଲ୍ୟ ଦେଇ ଏହି ଶିବିରକୁ ସ୍ୱାଗତ କରିଥିଲେ ।

ଦିପାରାଣୀ ନାୟକ, ବିବେକାନନ୍ଦ ମହାପାତ୍ର, ଗୁରୁଶିଷ୍ୟ, ଜଗନ୍ନାଥ ସ୍ୱାଇଁ, ଜ୍ୟୋର୍ତି୍‌ଦେବ ସିଂ, ସୋଫିୟା ୟସମିନ୍‌, ଜ୍ୟୋତିରଜଂନ ପଣ୍ଡା, ଜୀବନ ଜ୍ୟୋତି ଥଟାଇ, ଶଶିକାନ୍ତ ପୃଷ୍ଟି, ନରେନ୍ଦ୍ର କୁମାର ମାଝି, ଜ୍ୟୋତିରଞ୍ଜନ ସାହୁ, ସୈାମ୍ୟ ରଞ୍ଜନ ସାହୁ, ଫକୀର ମେହେର, ଖରତ ତାଣ୍ଡି, ତ୍ରିଲୋଚନ ସାହୁ, କୁଲଦିପ ରାୟ, ଅରଜିତ ଦାସ, ଅଜୟ କୁମାର ପରିଡ଼ା, ଦିବ୍ୟ ଲୋଚନ ମହନ୍ତ, ଦ୍ୱିତିକୃଷ୍ଣ ବରାଦ, ଲକ୍ଷ୍ମୀ ନାରାୟଣ ଦୁଅଁ, ରୋହିତ କୁମାର ସରଫ ପ୍ରମୁଖ କ୍ୟାନଭାସରେ ଆକ୍ରିଲିକ ରଙ୍ଗର ଚିତ୍ର ଅଙ୍କନ କରିବାବେଳେ ଚିନ୍ମୟ ଭଟ୍ଟ, ଦିପେଶ ଭୋଇ, ନିରଞ୍ଜନ ସାହୁ, ଅଜୟ କୁମାର ପାତ୍ର, ବିନ୍ଦଗଣ୍ଡ, ନିବେଦିତା ମହାରଣା, ସଞ୍ଜୁକ୍ତା କିଶାନ, ଦେବ ମାରି, ଅନ୍ତରାମ ସାନ୍ତା, ପ୍ରତୁ୍ୟଷ କୁମାର ସାହୁ ଆଦି ସୁନ୍ଦର ଜଳରଙ୍ଗ ଛବି ଅଙ୍କନ କରିଥିଲେ ା

ଏହି ଚିତ୍ର ଶିବିରରେ ଭୁବନେଶ୍ୱର ବିଭୁତି କାନୁନଗୋ ଚାରୁକଳା ମହାବିଦ୍ୟାଳୟ, ଧଉଳି ଚାରୁକଳା ମହାବିଦ୍ୟାଳୟ, ଖଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ବାଲେଶ୍ୱର ଚାରୁ ଓ କାରୁକାଳା ମହାବିଦ୍ୟାଳୟ, ଭଦ୍ରକ ଚାରୁକଳା ମହାବିଦ୍ୟାଳୟ, ସୁନ୍ଦରଗଡ କଳାୟତନ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ କୋରାପୁଟ ଶ୍ରୀ ବିକ୍ରମଦେଓ ଚାରୁ ଓ କାରୁକଳା ବିଦ୍ୟାଳୟର ମୋଟ ୩୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିଳ୍ପୀମାନଙ୍କ ଚିତ୍ରରେ ମାଲକାନଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବର୍ଷାଋତୁ ସମ୍ବନ୍ଧୀୟ ଚିତ୍ର ବେଶ ଆକର୍ଷଣୀୟ ଓ ପ୍ରଶଂସନୀୟ ହୋଇଥିଲା ।

Exit mobile version