ଅଫ୍ ଲାଇନ ଟେଣ୍ଡରରେ କୋଟି କୋଟି ଟଙ୍କାର ଠିକା ; ସଚିବଙ୍କ ଦୃଷ୍ଟି ଆକର୍ଷଣ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ନଭେମ୍ବର ସୋମବାର ) ପଦ୍ମପୁର :- ବିଭିନ୍ନ ଲାଇନ୍ ବିଭାଗରେ ଅଫ୍ ଲାଇନ ଟେଣ୍ଡର କୁ ରାଜ୍ଯ ସରକାର କଡାକଡି ଭାବେ ନିଷିଦ୍ଧ କରିଥିବା ବେଳେ ଗତ କିଛି ଦିନ ତଳେ ପଦ୍ମପୁର ପୂର୍ତ୍ତ ସବ୍ ଡିଭିଜନ ରେ ପାଖାପାଖି ୨ କୋଟି ଟଙ୍କା କିଛି ନିର୍ଦ୍ଦିଷ୍ଟ ଠିକାଦାର କୁ ଠିକା କାର୍ଯ୍ଯ ବାଣ୍ଟି ଦେଇ ଥିବାର ଗୁରୁତର ଅଭିଯୋଗ ହୋଇଛି । ଏ ସଂପର୍କ ରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ପୂର୍ତ୍ତ ବିଭାଗ ସଚିବ ଓ ଇଆଇସି ଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ତଦନ୍ତ ପାଇଁ ଦାବୀ କରିଛନ୍ତି ।

ଆଗରୁ ଅଫ ଲାଇନ ଟେଣ୍ଡର ଜରିଆରେ କୋଟି କୋଟି ଟଙ୍କା ରାଜକୋଷ ରୁ ଲୁଣ୍ଠନ ହେଉଥିବାର ଅଭିଯୋଗ ହେଲା ପରେ ଅଫ ଲାଇନ ଟେଣ୍ଡର କୁ ରାଜ୍ୟ ସରକାର ନିଷିଦ୍ଧ କରି ସମସ୍ତ ଅଧିକାରୀଙ୍କୁ ଅବଗତ କରାଇ ଥିଲେ ଏବଂ ଅନ ଲାଇନ ଟେଣ୍ଡର ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ତେବେ ପଦ୍ମପୁର ପୂର୍ତ୍ତ ବିଭାଗ ନିର୍ଦ୍ଦିଷ୍ଟ ଠିକାଦାର ଙ୍କୁ ଏତେ ଟଙ୍କାର ଠିକା କାର୍ଯ୍ଯ କିଭଲି ବାଣ୍ଟି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଂପୃକ୍ତ ଠିକାଦାର ମାନେ ବିଭାଗ ସହ ବିନା ଏଗ୍ରିମେଣ୍ଟ କରି କାର୍ଯ୍ଯ ଆରମ୍ଭ କରି ସାରିଲେଣି । ପୂର୍ତ୍ତ ବିଭାଗ ସବିଚ ଏହାର ତଦନ୍ତ କରିବା ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଇଛି ।

Exit mobile version