ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ନଭେମ୍ବର ସୋମବାର ) କଳାହାଣ୍ଡି :- ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଆଜି ନର୍ଲାଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି। କେନ୍ଦ୍ର ନେତୃତ୍ଵାଧୀନ ବିଜେପି ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଓଡିଶାର ୪.୫ କୋଟି ଓଡିଶାବାସୀଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି ବୋଲି କହିଛି ବିଜେଡି। ଏହାକୁ ନେଇ ଆଜି ନର୍ଲାଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନର୍ଲା ମହିଳା ବିଜେଡି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ଓ ଯୁବନେତା ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ।

ନର୍ଲା ଚାରିଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଭିନ୍ନ ନାରାବାଜୀ କରିବା ସହ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ନର୍ଲା ବିଡ଼ିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ନର୍ଲା ବିଧାୟକ ଭୁପିନ୍ଦର ସିଂହଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ପଧାନ, ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ମାହାର, ଡାଳିମ୍ୱ ବିହାରୀ,

ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈାଡିଆ, ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପ୍ରଧାନ, ସାଧାରଣ ସଂପାଦକ ଭୋପାଲ ନାଗ, ପୂର୍ବ ସରପଞ୍ଚ ହମେଶ ଜୈନ, ବ୍ଲକ ଯୁବ ବିଜେଡି ସଭାପତି ହରିଶଙ୍କର ମାଝୀ, ଯୁବନେତା କୌତୁକ ଖମାରୀ, ଦଲଜିତ ସିଂହ, ଜୟନ୍ତ ଗୌଡ, ଅର୍ଜୁନ ପଧାନ ଓ କିଶୋର ମାଝୀଙ୍କ ସମେତ ଶତାଧିକ ମହିଳା ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । 

Exit mobile version