କେନ୍ଦୁଗାଡିଆ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ  ଜାମଣା ୦-୨ ପରାସ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ନଭେମ୍ବର ସୋମବାର ) ଛତିଆ :- ବଡଚଣା ବ୍ଲକ ଅନ୍ତର୍ଗତ ସମିଆଁ ପଂଚାୟତ କେନ୍ଦୁଗାଡିଆ ଫୁଟ୍‌ବଲ୍ ଖେଳ ପଡିଆଠାରେ ଜୟ ହନୁମାନ ଫୁଟ୍‌ବଲ୍ କ୍ଲବ,କେନ୍ଦୁଗାଡିଆ ତରଫରୁ ଆୟୋଜିତ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ସମିଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପଞ୍ଚାୟତ ବିଜେଡି ସଭାପତି ଯୁଗଳ କିଶୋର ଖିଲାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ  ଏପରି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବା ଦ୍ବାରା କ୍ରିଡାବିତ୍ ମାନଙ୍କ ମଧ୍ୟରେ ସୁସଂର୍ପକ ସୃଷ୍ଟି ହେବା ସହ  କ୍ରିଡାର ବିକାଶ ହୋଇ ପାରିବ ବୋଲି ମତ ରଖିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଗୋପାଳ ଚନ୍ଦ୍ର ନାଥ,ପ୍ରତାପ ନାୟକ,ଶତୃଘ୍ନ ଜେନା ଓ ଅଖିଳ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ମ୍ୟାଚ୍ ଜାଁମଣା ଫୁଟ୍‌ବଲ୍ କ୍ଲବ,କଟକ  ଓ ବେରେଣା ଫୁଟ୍‌ବଲ୍ କ୍ଲବ,କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଜାମଣା କୁ ୨-୦ ଗୋଲରେ ପରାସ୍ତ କରି ବେରେଣା ଫୁଟ୍‌ବଲ୍ କ୍ଲବ ଟ୍ରାଇବେକର ଜରିଆରେ ବିଜୟୀ ହୋଇଥିଲା । ଖେଳକୁ ଜଗନ୍ନାଥ କାଲୁଣ୍ଡିଆ ରେଫରି ଓ ଶୁଶିଲ ହେମ୍ରମ,ଦାମୋଦର ଗାଗରାଇ ଲାଇନ୍ସମ୍ୟାନ୍ ଭାବରେ ପରିଚାଳନା କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ଓ  ଓଡିଶାର ବିଭିନ୍ନ ଜିଲ୍ଲାରୁ ୬୦ରୁ ଉର୍ଦ୍ଧ ଆଦିବାସୀ ଫୁଟ୍‌ବଲ୍ ଟିମ୍ ଅଂଶଗ୍ରହଣ କରିବେ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି । ଏହି ଟୁର୍ଣ୍ଣାମେଣ୍ଟକୁ କ୍ଲବ ତରଫରୁ ସଭାପତି ବାବୁଲି କାଲୁଣ୍ଡିଆ,ସମ୍ପାଦକ ଶିରିଶ ହେମ୍ରମ, ସଭ୍ୟ ଗୁରୁ ହେମ୍ରମ,ସୁରେଶ  ଗାଗରାଇ,ମନୋଜ ଗାଗରାଇ,ରବି ସାଇଆଁ,ସନାତନ ଗାଗରାଇ,ସାଗର ଗାଗରାଇ,ଯଦୁ ପୂର୍ତ୍ତି,କାବୁଲା ପୂର୍ତ୍ତି,ପଦିଆ ଗାଗରାଇ ଓ ବାପୁ କାଲୁଣ୍ଡିଆ ପ୍ରମୁଖ ପରିଚାଳନା କରିଥିଲେ

Exit mobile version