ନୟାଗଡରେ ଜୀବନ ବିନ୍ଦୁ : ମ୍ୟୁନିସପାଲିଟିର ୯,୧୦.୧୧.୧୨ ନଂ ୱାର୍ଡରୁ ସର୍ବମୋଟ ସଂଗୄହିତ ହେଲା ସର୍ବମୋଟ ୩୫ୟୁନିଟ୍

ଭୁବନେଶ୍ୱର, ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ ) ୩୫ ୟୁନିଟ୍ ବ୍ଲଡ ସଂଗୄହିତ ନୟାଗଡ, ମଙ୍ଗଳବାର,୨୮ଏପ୍ରିଲ :- ନୟାଗଡରେ ଜୀବନ ବିନ୍ଦୁ, ମ୍ୟୁନିସପାଲିଟିର ୯,୧୦.୧୧.୧୨ ନଂ ୱାର୍ଡରୁ ସର୍ବମୋଟ ସଂଗୄହିତ ହେଲା ସର୍ବମୋଟ ୩୫ୟୁନିଟ୍ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଥିବା ବ୍ଲଡବ୍ୟାଙ୍କ ପରିସରରେ କରୋନା ଭାଇରସ ପରିପ୍ରେକ୍ଷିରେ

ନୟାଗଡ “ଜୀବନବିନ୍ଦୁ” ଆନୁକୂଲ୍ୟରେ ଚାଲିଥିବା ସ୍ବେଛାକୄତ ରକ୍ତଦାନ ଶିବିରରେ ୯ ନଂ ୱାର୍ଡରୁ ୧୦ ,୧୦ ନଂ ରୁ ୭ , ୧୧ନଂ ରୁ ୭ ଏବଂ ୧୨ ନଂ ୱାର୍ଡର ୧୧ ଜଣ ଏପରି ସର୍ବ ମୋଟ ୩୫ ୟୁନିଟ୍ ବ୍ଲଡ ସଂଗୄହିତ ହୋଇଛି।ଏହି କାର୍ଯ୍ୟକ୍ରମରେ ବ୍ଲଡ ବ୍ୟାଙ୍କର ଅଧିକାରୀ,କର୍ମଚାରୀଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଗୁରୁ ପ୍ରସାଦ ଜେନା,ପୂର୍ବତନ କାଉନସିଲର ଜାନକୀ ବଲ୍ଲଭ ଜେନା,ରଶ୍ମି ରଞ୍ଜନ ଜେନା,ସମାଜସେବୀ ଦାମୋଦର ସାହୁ,ରାମକୄଷ୍ଣ ରଥ ,ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ସୁପରିଚାଳନାରେ ଅନୁଷ୍ଠିତ ହୋଇ ଯାଇଛି।ଏ ସମସ୍ତ କାର୍ଯ୍ୟକ୍ରମ ଆଇନନୁଯାୟୀ ସାମାଜିକ ଦୁରତ୍ବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

Exit mobile version