ମେଗା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ବରଗଡ଼ :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଦିନ ପାଳନ ପରିପ୍ରେକ୍ଷୀରେ ମାସ ବ୍ୟାପୀ ବିଜେଡି ର ସମାଜସେବା କାର୍ଯ୍ୟ କ୍ରମ ରେ ଆଜି ସୋହେଲା ବ୍ଲକ ପରିସରରେ ଅସହାୟ ଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ ।

ମଧୁବାବୁ ପେନସନ ଯୋଜନାରେ ଥିବା ୨୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏହି ଯୋଜନାନୁଯାଇ ବାର୍ଦ୍ଧକ୍ୟ,ବିଧବା,ଅବୀବାହିତା, ସ୍ଵାମୀ ପରିତ୍ୟକ୍ତା ମହିଳା ଏବଂ ଭିନ୍ନକ୍ଷମ ମାନଙ୍କୁ ଭତ୍ତା ପ୍ରଦାନ କରାଯାଏ ।

ସୋହେଲା ବ୍ଲକ ଅନ୍ତର୍ଗତ ୨୭ ଟି ଗ୍ରାମ ପଞ୍ଚାୟତ ର ହିତାଧିକାରୀ ଉପସ୍ଥିତି ରହି ଦୁଇ ମାସ ର ଭତ୍ତା ଗ୍ରହଣ କରିଥିଲେ । ସଭା ରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଉପାଧ୍ୟକ୍ଷା ଶ୍ରୀମତୀ ହିମାଳୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ କୁମାର ବେହେରା, ଦୟାନିଧି ପଟେଲ,ଆତିଶ ଭୋଇ, ସମସ୍ତ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version