କଂଗ୍ରେସ କର୍ମୀ ଙ୍କୁ ଉଠାଇ ନେଲା ପୋଲିସ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ବରଗଡ :- ଗତକାଲି ମଧ୍ୟରାତ୍ରିରେ ରାସ୍ତା ରୋକ କରିଥିବା କଂଗ୍ରେସ ନେତା ମାନଙ୍କୁ ଉଠାଇ ନେଲା ବରଗଡ଼ ଟାଉନ ଥାନା ପୋଲିସ। ସୂଚନାଯୋଗ୍ୟ ଗତକାଲି ସଂଧ୍ୟାରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ବରେ

କର୍ମୀମାନେ ହାଜତ ମୃତ୍ୟୁ ଘଟଣାର ତଦନ୍ତ ରେ ଶିତିଳତା ଏବଂ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ରେ ବରଗଡ଼ ଗୋଶାଳା ଛକ ଠାରେ ରାସ୍ତା ରୋକ କରିଥିଲେ । ଫଳରେ ଦିର୍ଘ ଘଣ୍ଟା ଧରି ଉକ୍ତ ରାସ୍ତା ରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା ।

Exit mobile version