ଉତ୍କଳ ସମ୍ମିଳନୀ ନୟାଗଡ ଶାଖା ବାଣ୍ଟିଲା କରୋନା ଯୋଦ୍ଧାଙ୍କୁ ଛତା,ହ୍ୟାଣ୍ତୱାସ୍ ସହ ସାନିଟାଇଜର—

ଭୁବନେଶ୍ୱର, ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ ) ଉତ୍କଳ ସମ୍ମିଳନୀ ନୟାଗଡ,ମଙ୍ଗଳବାର,୨୮ଏପ୍ରିଲ :- ନୟାଗଡ ରେ ଉତ୍କଳ ସମ୍ମିଳନୀ ପକ୍ଷରୁ କୋଭିଡ ୧୯ ର ଯୋଦ୍ଧା ଏଠାକାର ମ୍ୟୁନିସିପାଲିଟିର ୧୧୦ ଜଣ ସଫେଇ କର୍ମଚାରୀଙ୍କୁ ହ୍ୟାଣ୍ତ ୱାସ ସହ ଗୋଟିଏ ଲେଖାଏଁ ଗାମୁଛା ପ୍ରଦାନ କରାଯାଇଛି ସେହିପରି ଏହି ସୁନାମ ଧନ୍ୟ ସାହିତ୍ୟ ସଂସ୍ଥା ନୟାଗଡ ଶାଖା ତରଫରୁ କରୋନା ପାଇଁ କାର୍ଯ୍ୟ କରୁଥିବା ପୋଲିସ୍ ବାହିନୀ,ନୟାଗଡ ସ୍ବୟଂଶାସିତ

ମହାବିଦ୍ୟାଳୟର ଏନ.ସି.ସି.ର କ୍ୟାଡେଟ୍ ମାନଙ୍କୁ ଛତା,ହ୍ୟାଣ୍ତୱାସ,ସାନିଟାଇଜର ଆଦି ପ୍ରଦାନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ,ଡି.ଏଫ.ଓ (ଟେରିଟୋରି)ଧନରାଜ ଧନନ୍ଧିରେ ହନୁମନ୍ତଜୀ,ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀସନ୍ତୋଷ କୁମାର ଜେନା,ଟାଉନଥାନାର ଆଇ.ଆଇ.ସି.ଜୟଦିପ ମହାନ୍ତି,ଏସ.ଆଇ ଧର୍ମେନ୍ଦ୍ର ଶିଆଳ ପ୍ରମୁଖ ଉପସ୍ଥିତ ରହି କରୋନା ସେବା ପ୍ରଦାନ କାରୀଙ୍କୁ ଏହି ସବୁ ବଣ୍ଟନ କରିଥିଲେ ତେବେ ସେମାନଙ୍କର ନିରବଛିନ୍ନ ତଥା ନିସ୍ୱାର୍ଥପର ତ୍ୟାଗ ସେବା ମନୋବୄତି ନେଇ ସେମାନଙ୍କୁ ଏହା ପ୍ରଦାନ କରାଯାଇଥିବା ଉତ୍କଳ ସମ୍ମିଳନୀ ନୟାଗଡ ଶାଖାର ସଭାପତି

ପ୍ରଖ୍ୟାତ ସାହିତ୍ୟିକା ବସିରନ୍ ବିବି ଏବଂ ସଂପାଦକ ବିଶିଷ୍ଟ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ନେତୄତ୍ୱରେ ଉତ୍କଳ ସମ୍ମିଳନୀ ନୟାଗଡ ଶାଖାର ସଭ୍ୟ ନିରଞ୍ଜନ ନାୟକ,ଉର୍ମିଳା ମିଶ୍ର,ଗୋକୁଳ କୁମାର ଷଢଙ୍ଗୀ,ଅଧ୍ୟାପକ ମହମ୍ମଦ ଓମାର ମଲ୍ଲିକ,କବି ଭକ୍ତ ବଲ୍ଲଭ ବଟକୄଷ୍ଣ ମିଶ୍ର,ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ଜେନା, ରାମ କୃଷ୍ଣ ରଥଙ୍କ ସମେତ ଉତ୍କଳ ସମ୍ମିଳନୀ ନୟାଗଡ ଶାଖାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଏହି ମହାନ କାର୍ଯ୍ୟକୁ ସହାୟତା ପୂର୍ବକ ଆଗେଇ ନେଇଥିଲେ । ତେବେ ଉତ୍କଳ ସମ୍ମିଳନୀ ନୟାଗଡ ଶାଖାର ଏହି ବାସ୍ତବମୁଖୀ କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି।

Exit mobile version