ଏସସି.ଏସ.ଟିର ସଚିବ ପବିତ୍ର କୁମାର ମଣ୍ଡଳ ଗୁମ୍ମା ବ୍ଲକ ଗସ୍ତ ମିସନ ଜୀବିକା କାର୍ଯ୍ୟକ୍ରମ କୁ ନେଇ ସମୀକ୍ଷା କଲେ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଗୁମ୍ମା ବ୍ଲକଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତିର ମୌଳିକ ଅଧିକାରକୁ ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ । ଶୁକ୍ରବାର ଏସ.ଏସି.ଟି.ର ଅତିରିକ୍ତ ସଚିବ ଶ୍ରୀ ପବିତ୍ର କୁମାର ମଣ୍ଡଳ ଗୁମ୍ମା ବ୍ଲକର ମିସନ ଜୀବିକା କାର୍ଯ୍ୟକାରୀର ସମୀକ୍ଷା କରିଥିଲେ । ସେ ପଥମେ ଗୁମ୍ମା ବ୍ଲକର ଏସ୍ କୁଲୁଣ୍ଡା କୁକୁଡ଼ା ପାଳନ,ମୁନୁସିଂ ଗ୍ରାମର ରବର ପ୍ଲାଣ୍ଟ,କୃଷ୍ଣଚନ୍ଦ୍ର ପୁର ଆଇଟିଆଇ କଲେଜର ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ,ତୋରଭା ପଞ୍ଚାୟତର ୪ଟି କ୍ଷେତ ପୋଖରୀ, ଲିଙ୍ଗା ଗ୍ରାମର ଚେକଡେମ, ପାତିମୂଲ କଲୋନିରେ ମାଛ ଯାଆଁଳା ଚାଷ, ବୁରୁଡିଙ୍ଗ ଗ୍ରାମର ଚାରା ରୋପଣ ଓ ବଡ଼ କଳାକଟ ସ୍କୁଲ ପରିଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ବେହେରା, ସନ୍ତସ କୁମାର ରଥ, ଏ ଜଗନ୍ନାଥ ରାଜୁ, ଗୌତମ ସ୍ୱାଇଁ, ପ୍ରବୀଣ କୁମାର ସାହୁ, ଆଲୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗୁମ୍ମା ବ୍ଲକରେ ଆଦିବାସୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଅନେକ ପରିମାଣରେ ଉନ୍ନତି ଆଣିଛି । ବାକି ରହିଥିବା ଯୋଜନା ଗୁଡ଼ିକୁବି ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ ବୋଲି ସନ୍ତୋଷ ଜନକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶ୍ରୀ ମଣ୍ଡଳ ।

Exit mobile version