ପାୱାର୍ ଫାଇନାନ୍ସ କର୍ପୋରେସନ୍‌ର ନିର୍ଦେଶକ (ପ୍ରକଳ୍ପ) ଭାବେ ରାଜୀବ୍ ରଂଜନ ଝାଙ୍କ ଦାୟିତ୍ୱ ଗ୍ରହଣ

????????????????????????????????????

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ଭୁବନେଶ୍ୱର :- ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ତଥା ଭାରତର ଅଗ୍ରଣୀ ଶକ୍ତି କ୍ଷେତ୍ର କୈନ୍ଦ୍ରୀକ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ପାୱାର୍ ଫାଇନାନ୍ସ କର୍ପୋରେସନ୍ (ପିଏଫ୍‌ସି) ପକ୍ଷରୁ ରାଜୀବ୍ ରଂଜନ ଝା’ଙ୍କୁୁ କଂପାନିର ନିର୍ଦେଶକ (ପ୍ରକଳ୍ପ) ଭାବେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସେ କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ (ପ୍ରକଳ୍ପ) ଭାବେ କାର୍ଯ୍ୟ କରୁଥିଲେ । ନୂତନ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବା ଏବଂ କଂପାନିର ପାଣ୍ଠିରେ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ଦେଖାଶୁଣା କରିବା ଦାୟିତ୍ୱରେ ସେ ରହିବେ । ପିଏଫ୍‌ସି ନେତୃତ୍ୱରେ ଆର୍ଥିକ ସଂସ୍ଥାଗୁଡ଼ିକର କନ୍‌ସୋର୍ଟିୟମ୍ ତରଫରୁ ଘରୋଇ କ୍ଷେତ୍ରଗୁଡ଼ିକୁ ଦିଆଯାଉଥିବା ଋଣର ସମସ୍ତ ପୋର୍ଟଫୋଲିଓର ସେ ପୂର୍ବରୁ ଦେଖାଶୁଣା କରୁଥିଲେ ।

ସେ ଅକ୍ଷୟ ଶକ୍ତି ଋଣ ପୋର୍ଟଫୋଲିଓର ମଧ୍ୟ ଦେଖାଶୁଣା କରିଛନ୍ତି ଏବଂ ପ୍ରକଳ୍ପ ଆପ୍ରେଜାଲ୍ କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି । ୟୁଏମ୍‌ପିପିର ବିକାଶ ଏବଂ ପ୍ରଦାନ କ୍ଷେତ୍ର ସହ ମଧ୍ୟ ସେ ଜଡ଼ିତ ରହିଥିଲେ । ଏଥିପାଇଁ ପିଏଫ୍‌ସି ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରୁଥିଲା । ପ୍ରାୟ ୧୦ ହଜାର କୋଟି ଟଙ୍କା ମୂଲ୍ୟର ଏକ ଚାପଗ୍ରସ୍ତ ସଂପତି ମାମଲାର ସମାଧାନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିିଥିଲେ । ପିଏଫ୍‌ସିରେ ଯୋଗ ଦେବା ପୂର୍ବରୁ ସେ ବିଶାଖାପାଟଣା ଷ୍ଟିଲ୍ ପ୍ଲାଂଟ୍‌ (ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌)ର କୋଇଲା ଭିତିକ କ୍ୟାପ୍‌ଟିଭ୍‌ ପାୱାର ପ୍ଲାଂଟ୍‌ର ସେ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ । ଶ୍ରୀ ଝା ବିଜ୍ଞାନ (ମେକାନିକାଲ୍ ଇଞ୍ଜିନିୟରିଂ)ରେ ସ୍ନାତକ ଡିଗ୍ରି ହାସଲ କରିଥିବା ବେଳେ ରାଂଚି ବିଶ୍ୱବିଦ୍ୟାଳୟ, ଏନ୍‌ଆଇଟି ଜାମ୍‌ସେଦ୍‌ପୁର୍ ଓ ଇଗ୍‌ନୋରୁ ମ୍ୟାନେଜ୍‌ମେଂଟ୍‌ରେ ଆଡ୍‌ଭାନ୍ସ ଡିପ୍ଲୋମା କରିଛନ୍ତି ।

Exit mobile version