କଲ୍ୟାଣ ଜୁଏଲର୍ସ ପକ୍ଷରୁ ଦିଲ୍ଲୀ ଏନ୍‌ସିଆର୍‌ରେ ୧୫୦ତମ ଷ୍ଟୋର୍‌ ଉଦ୍‌ଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ଭୁବନେଶ୍ୱର :- ଦେଶର ଅନ୍ୟତମ ଅଗ୍ରଣୀ ଓ ବିଶ୍ୱାସନୀୟ ଜୁଏଲାରି ବ୍ରାଣ୍ଡ୍‌ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆଜି ନୋଏଡାର ଦି ଗ୍ରେଟ୍ ଇଣ୍ଡିଆ ପ୍ଲେସ୍‌ ଜିଆଇପି ମଲ୍ ଓ ଦ୍ୱାରକାର ଭେଗାସ୍ ମଲ୍‌ରେ ନୂଆ ସୋ’ରୁମ୍‌ ଖୋଲାଯାଇଛି । ଏହାକୁ କଲ୍ୟାଣ ଜୁଏଲର୍ସର ଆଂଚଳିକ ବ୍ରାଣ୍ଡ୍‌ ଆମ୍ବାସାଡର୍‌ମାନେ ଯଥା ପଂଜାବର ୱାମିକା ଗାବି, କେରଳର ମଂଜୁ ୱରିୟର୍ ଓ ପଶ୍ଚିମବଙ୍ଗର ରିତାଭରି ଚକ୍ରବର୍ତୀ ଉଦଘାଟନ କରିଛନ୍ତି । ଏହି ସୋ’ରୁମ୍ ଖୋଲିବା ପରେ ସାରା ଭାରତ ଓ ମଧ୍ୟ ପ୍ରାଚ୍ୟରେ କଂପାନିର ଷ୍ଟୋର୍‌ ସଂଖ୍ୟା ୧୫୦ରେ ପହଂଚିଛି । ଏହି ଅବସରରେ ପଞ୍ଜାବର ବ୍ରାଣ୍ଡ୍ ଆମ୍ବାସାଡର୍ ୱାମିକା ଗାବି କହିଛନ୍ତି ଯେ –

“କଲ୍ୟାଣ ଜୁଏଲର୍ସ ସହିତ ସହଯୋଗିତାର ଅଂଶ ଭାବେ ମୁଁ ଅନେକ ସୋ’ରୁମ୍ ଉଦ୍‌ଘାଟନର ଅଂଶ ହୋଇଛି, କିନ୍ତୁ ଆଜି ଖୋଲାଯାଇଥିବା ସୋ’ରୁମ୍ ଏଥିପାଇଁ ସ୍ୱତନ୍ତ୍ର ଯେ ଏହା ହେଉଛି କଂପାନିର ୧୫୦ତମ ଷ୍ଟୋର୍ ।’’ କେରଳର ବ୍ରାଣ୍ଡ୍ ଆମ୍ବାସାଡର୍ ମଂଜୁ ୱରିୟର୍ କହିଛନ୍ତି ଯେ, “୨୦୧୩ ପରଠାରୁ ମୁଁ କଲ୍ୟାଣ ଜୁଏଲର୍ସ ସହିତ ଯୋଡ଼ି ହୋଇରହିଛି ଏବଂ ଏଭଳି ଏକ ଐତିହାସିକ ମୁହୁର୍ତରେ ଉପସ୍ଥିତ ରହିବା ମୋ ପାଇଁ ଖୁସି ଓ ଗର୍ବର ବିଷୟ ।’’ ପଶ୍ଚିମବଙ୍ଗର ବ୍ରାଣ୍ଡ୍ ଆମ୍ବାସାଡର୍ ରିତାଭରି ଚକ୍ରବର୍ତୀ କହିଛନ୍ତି ଯେ, “ପଶ୍ଚିମବଙ୍ଗର କଲ୍ୟାଣ ସୋ’ରୁମ୍ ବୁଲିବା ପରେ ଏବେ ଦିଲ୍ଲୀରେ ଦେଖିବା ପରେ ମୁଁ ଉଲ୍ଲାସର ସହ କହିପାରିବି ଯେ ଏଠାରେ ଥିବା ବ୍ୟାପକ ସମ୍ଭାରକୁ ମୁଁ ପସନ୍ଦ କରୁଛି ଏବଂ ଏହି ଅଂଚଳକୁ ନଜରରେ ରଖି ଆଂଚଳିକ ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି ।

ଆଗାମୀ ଦିନରେ କଲ୍ୟାଣ ଜୁଏଲର୍ସ ନୂତନ ଶିଖର ଛୁଇଁବା ବେଳେ ସେହି ଯାତ୍ରାର ଅଂଶ ହୋଇ ରହିବାକୁ ମୁଁ ଚାହିଁରହିଛି ।’’ ଏହି ଅବସରରେ କଲ୍ୟାଣ ଜୁଏଲର୍ସର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଟି ଏସ୍ କଲ୍ୟାଣରମଣ କହିଛନ୍ତି ଯେ, “ଆଜି ଆମ ପାଇଁ ଏହା ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମୁହୂର୍ତ । ଦିଲ୍ଲୀ ଏନସିଆର୍‌ରେ ଦୁଇଟି ନୂଆ ସୋ’ରୁମ୍ ଉଦଘାଟନ ସହିତ ସାରା ଭାରତ ଓ ମଧ୍ୟ ପ୍ରାଚ୍ୟରେ ୧୫୦ତମ ସୋ’ରୁମ୍‌ର ସୁବର୍ଣ୍ଣ ମାଇଲଖୁଂଟରେ କଲ୍ୟାଣ ଜୁଏଲର୍ସ ପହଂଚିଛି । ଗ୍ରାହକଙ୍କୁ ପ୍ରାଥମିକତା ଦେଉଥିବା ବ୍ରାଣ୍ଡ୍ ଭାବେ ଆମେ ସର୍ବଦା ଆମର ପୃଷ୍ଠପୋଷକମାନଙ୍କୁ କିଣାକିଣି ସମୟରେ ସର୍ବାଧିକ ମୂଲ୍ୟ ଦେବାକୁ ଚାହୁଁ ଏବଂ ବ୍ୟାପକ ଉତ୍ପାଦ ବର୍ଗାମାଳା ସହିତ ଏକ ସୁରକ୍ଷିତ ଏବଂ ଶ୍ରେଷ୍ଠ ମାନର ସପିଙ୍ଗ୍ ଅନୁଭୂତି ସହିତ ସେହି ପ୍ରାଥମିକତା ଆମ ଷ୍ଟୋର୍‌ଗୁଡ଼ିକରେ ପ୍ରତିଫଳିତ ହେଉଛି ଯାହା ଆମ ଷ୍ଟୋର୍‌ ପରିଦର୍ଶନ କରୁଥିବା ସମସ୍ତଙ୍କୁ ମିଳୁଛି । ଆମର ପ୍ରମୁଖ ବଜାରରେ ଆମେ ଆମ ଉପସ୍ଥିତିର ସମ୍ପ୍ରସାରଣ କରୁଥିବା ବେଳେ ଆମେ ଆମ ପୃଷ୍ଟପୋଷକମାନଙ୍କ ପ୍ରତି ସେହି ପ୍ରତିବଦ୍ଧତାକୁ ଦୋହରାଉଛୁ ।’’

Exit mobile version