ଯୁବତୀଙ୍କ ଅଭିଯୋଗ ପରେ ଅଟୋ ଚାଳକ ଗିରଫ ,ପୋଲିସ ତଦନ୍ତ ପରେ କୋର୍ଟ ଚାଲାଣ 

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର )  ବୈପାରିଗୁଡା :- ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରି ଜଣେ ଅଟୋ ଚାଳକ ଗିରଫ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଆଇଆଇସି ଈଶ୍ବର ତାଣ୍ଡି !ପୋଲିସ ସୂତରୁ ସୂଚନା ମିଳିଛି ଯେ ରାମଗିରି ଫାଣ୍ଡି ଅଧିନସ୍ଥ ରତଲିଆଗୁଡା ଛକରେ ଜଣେ ଯୁବତୀ ବସ କୁ ଅପେକ୍ଷା କରିଥିବା ସମୟରେ ଯୁବତୀ ଏକୁଠିଆ ଠିଆ ହୋଇଥିବା ବେଳେ ଏହାର ସୁଯୋଗ ନେଇ ଜଣେ ଅଟୋ ଡ୍ରାଇଭର ଯୁବତୀଙ୍କୁ ଦୁର୍ବବହାର କରିବା ସହ ଟଣାଟଣି କରିଥିବା ନେଇ ଯୁବତୀ ଜଣକ ରାମଗିରି ଫାଣ୍ଡିରେ ଅଭିଯୋଗ କରିଥିଲା !

ଅଭିଯୋଗ କୁ ଭିତି କରି ବୈପାରିଗୁଡା ଥାନା ଅଧିକାରୀ ଈଶ୍ବର ତାଣ୍ଡି ତଦନ୍ତ କରିବା ସହ ଅଟୋ ଡ୍ରାଇଭର କୁ ଗିରଫ କରି ବୈପାରିଗୁଡା ଥାନା କୁ ଆଣି ତଦନ୍ତ କରିବା ସହ ଆଜି କୋର୍ଟ ଚାଲାଣ କରିଥିଲେ ! ତେବେ ଘଟଣା ବିଷୟରେ ଯୁବତୀ ଜଣକ ଅଟୋ ଡ଼୍ରାଇଭର ବିରୋଧରେ ବୈପାରିଗୁଡା ଥାନାରେ ଏକ ଅଭିଯୋଗ ହେବା ପରେ ଅଭିଯୋଗକୁ  ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ବୈପାରିଗୁଡା ଥାନା ଅଧିକାରୀ ଶ୍ରୀ ଈଶ୍ଵର ତାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଅଟୋ ଡ଼୍ରାଇଭର ସଂଜିତ୍ ହରିଜନଙ୍କୁ ଧରି ତା ବିରୁଦ୍ଧରେ ଥାନାରେ  କେସ ନଂ- ୧୮୦, ତା:- ୨୭/୧୦/୨୧, U/S- ୩୭୬/୫୧୧/୨୯୪/୫୦୬ IPC ଅନୁଯାଇ ମାମଲା ରୁଜୁ ହେବା ସହ ଅଟୋ ଡ଼୍ରାଇଭରକୁ କୋର୍ଟ ଚାଲାଣ କରାଯାଇଛି।ରିପୋର୍ଟ ବିକ୍ରାନ୍ତ କୁମାର ବେବର୍ତ୍ତା, ବୈପାରିଗୁଡା

Exit mobile version