ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ବରଗଡ଼ :- ବରପାଲି ସ୍ଥିତ ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଗତ ତିନିଦିନ ଧରି ଆୟୋଜିତ ହୋଇଥିବା ଉକ୍ତ ଶିବିର ର ଉଦଯାପନୀ ଦିବସରେ ଇ° କୈଳାଶ ଚନ୍ଦ୍ର ବଳ ଯୋଗ ଦେଇ ଇଲେକ୍ଟ୍ରିକାଲ ବ୍ୟବହାର ଓ ତତ୍ ସଙ୍ଗେ ସଙ୍ଗେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଟ୍ରାଫିକ ଇନ୍ସପେକ୍ଟର ଯୁଗଲକିଶୋର୍ ସିରୀୟା ଯୋଗ ଦେଇ ଯାନବାହାନ ଚଳାଚଳ ସମୟରେ ଟ୍ରାଫିକ ନିୟମ ପାଳନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
