ପାରଳାଖେମୁଣ୍ଡି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ରଣିପେଣ୍ଠ ଗ୍ରାମ ଠାରେପରିତ୍ୟକ୍ତ ଅବସ୍ଥାରେପଡିଥିବା ୪୦ ଟିକ୍ କାଠ ଗଣ୍ଡିକୁ ଜବତ କଲା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ପ୍ରାୟ ୪୦ଗୋଟି ଟିକ୍ କାଠ ଗଣ୍ଡି ଜବତ କରାଯାଇଥିବାର ଜଣାପଡିଛି । ଥାନା ସୂତ୍ରରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଗ୍ରାମ ଠାରେ ରାତ୍ରକାଳୀନ ପେଟ୍ରୋଲିଂ କରିବା ସମୟରେ ଏକ ପରିତ୍ୟକ୍ତ ସ୍ଥାନରେ ଟିକ୍ କାଠ ପଡିଥିବାର ଦେଖିବାକୁ ପାଇଥିଲେ ।

ଏହାକୁ ତୁରନ୍ତ ଜବତ କରି ପାରଳାଖେମୁଣ୍ଡି ବନବିଭାଗକୁ ହସ୍ତାନ୍ତର କରିଥିଲେ । ଏନେଇ ଅଧିକା ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।

Exit mobile version