Home ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ବିବାଦୀୟ ମନ୍ତବ୍ୟକୁ ନେଇ ସାମ୍ବାଦିକ ସମୂହର ନିନ୍ଦା by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) କଳାହାଣ୍ଡି :- ରାଜ୍ୟରେ ବହୁଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଗତ ୧୭ ତାରିଖ ଦିନ କେଗାଁ ଥାନା ଘେରାଉ କରାଯାଇଥିଲା । ଏଥିରେ ବିଜେପି ଉପସଭାପତି ଅଜୟ ପାଣିଗ୍ରାହୀ ସର୍ବସାଧାରଣ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧି ଅର୍ଥ ନେଇ ଅପରାଧୀଙ୍କ ସପକ୍ଷରେ ସମ୍ବାଦ ପରିବେଷଣ କରୁଛନ୍ତି ଯାହା କି ଲଜ୍ଜାଜନକ ବିଷୟ ବୋଲି ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ କଳାହାଣ୍ଡି ସାମ୍ବାଦିକ ସମୂହରେ ଅସନ୍ତୋଷ ପ୍ରକାଶ ପାଇଛି । ସାମ୍ବାଦିକ ସଂଘର ଏକ ବୈଠକ ବସି ଏହାର ଦୃଢ ନିନ୍ଦା କରାଯାଇଛି । ସମଗ୍ର କଳାହାଣ୍ଡି ସାମ୍ବାଦିକ ସମୂହର ନିଷ୍ପତ୍ତି କ୍ରମେ ନର୍ଲା ସାମ୍ବାଦିକ ସମୂହ ନର୍ଲା ଥାନାରେ ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରଦାନ କରିଛନ୍ତି । ଏଥିରେ ନର୍ଲା ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ମନୋଜ କୁମାର ଷଡଙ୍ଗୀ, ତ୍ରିଲୋଚନ ଗଉଡ, ଶାନ୍ତନୁ ପାତ୍ର, ଦୀପକ ମହାନ୍ତି, ଜଗତରାମ ସାହୁ, ପ୍ରଦୀପ କୁମାର ଗଉଡ, ଖଗେଶ୍ବର କୁମାର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ଆଶାଳିନ ଭାଷାରେ ଗାଳି ଦେବାର ଦୃଢ଼ ନିନ୍ଦା କରି ନର୍ଲା ଥାନାରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା by Proprietor Abhimanyu Maharana October 27, 2026 Amway India Opens revamped, upgraded stores in Berhampur and Balasore by Proprietor Abhimanyu Maharana October 27, 2026 ୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ by Proprietor Abhimanyu Maharana October 27, 2026 ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ୨୧୦ ଦିନରେ by Proprietor Abhimanyu Maharana October 27, 2026 ପୁରୀରେ ଅର୍ଣ୍ଣବ ବାତ୍ୟାର ପ୍ରଭାବ ସମୁଦ୍ରରେ ଉଠୁଛି ଜୁଆର ପ୍ରବଳ ବର୍ଷା by Proprietor Abhimanyu Maharana October 27, 2026 କାର୍ତ୍ତିକ ବ୍ରତରୁ ପଞ୍ଚୁକ, ଆଧ୍ୟାତ୍ମିକତାରେ ମହକେ ଓଡ଼ିଶା by Proprietor Abhimanyu Maharana October 27, 2026