Home ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ବିବାଦୀୟ ମନ୍ତବ୍ୟକୁ ନେଇ ସାମ୍ବାଦିକ ସମୂହର ନିନ୍ଦା by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) କଳାହାଣ୍ଡି :- ରାଜ୍ୟରେ ବହୁଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଗତ ୧୭ ତାରିଖ ଦିନ କେଗାଁ ଥାନା ଘେରାଉ କରାଯାଇଥିଲା । ଏଥିରେ ବିଜେପି ଉପସଭାପତି ଅଜୟ ପାଣିଗ୍ରାହୀ ସର୍ବସାଧାରଣ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧି ଅର୍ଥ ନେଇ ଅପରାଧୀଙ୍କ ସପକ୍ଷରେ ସମ୍ବାଦ ପରିବେଷଣ କରୁଛନ୍ତି ଯାହା କି ଲଜ୍ଜାଜନକ ବିଷୟ ବୋଲି ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ କଳାହାଣ୍ଡି ସାମ୍ବାଦିକ ସମୂହରେ ଅସନ୍ତୋଷ ପ୍ରକାଶ ପାଇଛି । ସାମ୍ବାଦିକ ସଂଘର ଏକ ବୈଠକ ବସି ଏହାର ଦୃଢ ନିନ୍ଦା କରାଯାଇଛି । ସମଗ୍ର କଳାହାଣ୍ଡି ସାମ୍ବାଦିକ ସମୂହର ନିଷ୍ପତ୍ତି କ୍ରମେ ନର୍ଲା ସାମ୍ବାଦିକ ସମୂହ ନର୍ଲା ଥାନାରେ ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରଦାନ କରିଛନ୍ତି । ଏଥିରେ ନର୍ଲା ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ମନୋଜ କୁମାର ଷଡଙ୍ଗୀ, ତ୍ରିଲୋଚନ ଗଉଡ, ଶାନ୍ତନୁ ପାତ୍ର, ଦୀପକ ମହାନ୍ତି, ଜଗତରାମ ସାହୁ, ପ୍ରଦୀପ କୁମାର ଗଉଡ, ଖଗେଶ୍ବର କୁମାର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ଆଶାଳିନ ଭାଷାରେ ଗାଳି ଦେବାର ଦୃଢ଼ ନିନ୍ଦା କରି ନର୍ଲା ଥାନାରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026