ଏନ୍‌ଏକ୍ସଟିଡିଜିଟାଲ୍ ପକ୍ଷରୁ “ପାର୍ଟନର୍‌ସିପ୍‌ ଫର୍ ଗ୍ରୋଥ୍ ୩.୦’ ଉନ୍ମୋଚିତ-ସାରା ଦେଶରେ ୪୦ଟି ନୂଆ ଏନ୍‌ଏକ୍ସଟିହବ୍ ସହିତ ନେଟ୍‌ୱର୍କ ସମ୍ପ୍ରସାରଣ ; ଏହାର ଆପ୍ ସୁଇଟ୍ ବିଷୟରେ ଘୋଷଣା

 ସାରା ଭାରତରେ ଏକକାଳୀନ ୪୦ ନୂଆ ଏନ୍‌ଏକ୍ସଟିହବ୍‌ର ଶୁଭାରମ୍ଭ-ପ୍ରତିଟି ହବ୍ ପ୍ରଦାନ କରୁଛନ୍ତି ୬୫୦ରୁ ଅଧିକ ଲାଇଭ୍‌ ଟିଭି ଚ୍ୟାନେଲ୍ ଓ ବ୍ରଡ୍‌ବ୍ୟାଣ୍ଡ୍ । ଏନ୍‌ଏକ୍ସଟିଡିଜିଟାଲ୍‌ର ୪,୪୦୦ରୁ ଅଧିକ ପିନ୍‌କୋଡ ସହ ଯୋଡ଼ି ହୋଇଛି ।

 ଏନ୍‌ଏକ୍ସଟିଡିଜିଟାଲ୍‌ର ମାଲିକାନା ଓ ପରିଚାଳନା ଅଧୀନରେ ଥିବା ପ୍ରତିଟି ହବ୍‌ରେ ରହିଛି ଆଡ୍‌ସ କିମ୍ବା ଆଡ୍‌ଭାନ୍ସଡ୍‌ ଡିଜିଟାଲ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍‌, ଯାହା ଲାଷ୍ଟ୍ ମାଇଲ୍ ଓନର୍‌ (ଏଲ୍‌ଏମ୍‌ଓ)ମାନଙ୍କୁ ପ୍ଲଗ୍‌-ଏନ୍‌-ପ୍ଲେ ସମାଧାନ ପ୍ରଦାନ କରୁଛି । ହିଟ୍‌ସ କିମ୍ବା ହେଡ୍‌-ଏଣ୍ଡ୍ ଇନ୍ ଦି ସ୍କାଏ ପ୍ରଯୁକ୍ତି ଭିତ୍ତିକ ଭିଡିଓ ସମାଧାନ ହେଉଛି ସ୍ୱତନ୍ତ୍ର କାରଣ ଏହା ଉପଗ୍ରହ ଭିତ୍ତିକ ଏବଂ ପାଣିପାଗ, ରାସ୍ତା କିମ୍ବା ସଂଯୋଗ ଦ୍ୱାରା ଏହା ପ୍ରଭାବିତ ହେବନାହିଁ ।

 ହେଡ୍‌-ଏଣ୍ଡ୍ କିମ୍ବା ସେହି ସମ୍ପର୍କିତ ପ୍ରଯୁକ୍ତିରେ ଏଲ୍‌ଏମ୍‌ଓମାନଙ୍କୁ ନିବେଶ କରିବାର ଆବଶ୍ୟକତାକୁ ଦୂର କରିଛି; ଏବଂ ଏହାର ଗ୍ରାହକମାନଙ୍କୁ ଉଚ୍ଚ ମାନର ସେବା ସ୍ତର ସହିତ ବିଭିନ୍ନ ପ୍ରକାର ଡିଜିଟାଲ୍ ସେବା ପ୍ରଦାନ କରୁଛି ।

 ସାରା ଦେଶରେ ଆଉ ୬୦ରୁ ଅଧିକ ଏନ୍‌ଏକ୍ସଟି ହବ୍ ସ୍ଥାପନ କରାଯିବ । ଗ୍ରାହକମାନଙ୍କୁ ଓଟିଟି ଓ ୱାଇ-ଫାଇ ସମେତ ବିଭିନ୍ନ ପ୍ରକାର ଡିଜିଟାଲ୍ ସେବା ପ୍ରଦାନ କରିବା ଲାଗି ସମସ୍ତ ଏନଏକ୍ସଟି ହବ୍ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ହୋଇରହିଛି ।

 କଂପାନିର “ପାର୍ଟନର୍‌ସିପ୍ ଫର୍ ଗ୍ରୋଥ୍‌’ର ଏକ ଅଂଶ ହେଉଛି- ଉପଯୋଗୀ ରହିବା ଏବଂ ଆଗକୁ ବଢ଼ିବା ଲାଗି ଏଲ୍‌ଏମ୍‌ଓମାନଙ୍କ ନିକଟରେ ନୂଆ ଉତ୍ପାଦ ଓ ଉଦୀୟମାନ ପ୍ରଯୁକ୍ତି ପହଂଚାଇବାକୁ ନିଶ୍ଚିତ କରିବା

 ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇ ଏନ୍‌ଏକ୍ସଟିଡିଜିଟାଲ୍ ଏହାର ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଌକ୍ଷଗ୍ଧ;ର୍‌ଫେସ୍ (ଏପିଆଇଗୁଡ଼ିକୁ) ଏଲ୍‌ଏମ୍‌ଓମାନଙ୍କ ପାଇଁ ଖୋଲା କରିଛି । ଏହାର ଭିଏଏପି (ଭାଲ୍ୟୁ ଆଡେଡ୍ ଆପ୍‌ ଫର୍ ପାର୍ଟନର୍‌) ଅଧୀନରେ ପ୍ରି- ଇଣ୍ଡିଗ୍ରେଟେଡ୍ ମୋବାଇଲ୍‌ ଆପ୍ ପ୍ରୋଗ୍ରାମ୍ ବିଷୟରେ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ଭୁବନେଶ୍ୱର :- ବିଶ୍ୱସ୍ତରୀୟ ହିନ୍ଦୁଜା ଗ୍ରୁପ୍‌ର ମିଡିଆ ସଂସ୍ଥା ଓ ଡିଜିଟାଲ୍ କେବୁଲ, ହିଟ୍‌ସ (ହେଡ୍‌ଏଣ୍ଡ୍‌-ଇନ୍‌-ଦି –ସ୍କାଏ), ବ୍ରଡ୍‌ବ୍ୟାଣ୍ଡ୍‌, କନ୍‌ଟେଌକ୍ଷଗ୍ଧ;୍ ଓ ଟେଲିସପିଙ୍ଗ୍ ସୁବିଧା ପ୍ରଦାନ କରୁଥିବା ଭାରତର ପ୍ରିମିୟର୍‌ ସମନ୍ୱିତ ଡିଜିଟାଲ୍ ବଌକ୍ଷଗ୍ଧ;ନ କଂପାନି ଏନ୍‌ଏକ୍ସଟି ଡିଜିଟାଲ୍‌ ଲିମିଟେଡ୍ (ଏନ୍‌ଡିଏଲ୍‌) ପକ୍ଷରୁ ସାରା ଭାରତରେ ୪୦ ଏନ୍‌ଏକ୍ସଟି ଡିଜିଟାଲ୍ ହବ୍‌ର ଶୁଭାରମ୍ଭ ଓ ଏହାର ଲାଷ୍ଟ୍ ମାଇଲ୍ ଓନର୍ (ଏଲ୍‌ଏମ୍‌ଓ)ମାନଙ୍କ ଲାଗି ମୂଲ୍ୟ-ଯୁକ୍ତ ଆପ୍ ଉନ୍ମୋଚନ କରାଯାଇଥିବା ବିଷୟରେ ଆଜି ଘୋଷଣା କରାଯାଇଛି । ରାଞ୍ଚିରେ ଏନ୍‌ଏକ୍ସଟିହବ୍‌ର ପରୀକ୍ଷାମୂଳକ ପରୀକ୍ଷଣ କରାଯିବା ପରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଜି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ଉତ୍ତରପ୍ରଦେଶ, ମହାରାଷ୍ଠ୍ର ଓ କର୍ଣ୍ଣାଟକ ଭଳି ୧୩ଟି ରାଜ୍ୟରେ ଏହାକୁ ଉନ୍ମୋଚନ କରାଯାଇଛି ।

ପ୍ରତିଟି ଏନ୍‌ଏକ୍ସଟି ହବ୍‌ରେ ସଦ୍ୟତମ ଆଡ୍‌ସ କିମ୍ବା ପ୍ରଯୁକ୍ତି ଆଡ୍‌ଭାନ୍ସଡ୍ ଡିଜିଟାଲ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍‌କୁ ବ୍ୟବହାର କରାଯାଇଛି- ଯାହା ମାଧ୍ୟମରେ କଂପାନି ଉପଗ୍ରହରୁ ହାସଲ କରୁଥିବା ୬୫୦ରୁ ଅଧିକ ପର୍ଯ୍ୟନ୍ତ ଡିଜିଟାଲ୍ ଟିଭି ସେବା ଏଲ୍‌ଏମ୍‌ଓ ଏବଂ ସେମାନଙ୍କ ଗ୍ରାହକଙ୍କୁ ପ୍ରଦାନ କରୁଛି । ଏନ୍‌ଏକ୍ସଟି ହବ୍‌ର ପ୍ଲଗ୍‌-ଏନ୍‌-ପ୍ଲେ ମଡେଲ୍‌ ଏଲ୍‌ଏମ୍‌ଓମାନଙ୍କ ପାଇଁ ହେଡ୍‌ଏଣ୍ଡ୍ ଓ ତତ୍ ସମ୍ପର୍କିତ ପ୍ରଯୁକ୍ତିରେ ନିବେଶ କରିବାର ଆବଶ୍ୟକତାକୁ ଦୂର କରିଛି । ଭିଡିଓ ଏବଂ ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟତୀତ, ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଥିବା ଏହି ଏନ୍‌ଏକ୍ସଟି ହବ୍‌ଗୁଡ଼ିକ ଅତିରିକ୍ତ ସେବା ଯଥା ଓଟିଟି ଏବଂ ୱାଇ-ଫାଇ ମଧ୍ୟ ପ୍ରଦାନ କରିପାରିବେ ।

ସାରା ଦେଶରେ କଂପାନିର ଉପସ୍ଥିତି ବଢ଼ାଇବାପାଇଁ, ଯାହା ବର୍ତମାନ ଦେଶର ୪,୪୦୦ରୁ ଅଧିକ ପିନ୍ କୋଡ୍‌ରେ ଉପଲବ୍ଧ ରହିଛି ଓ ଯେଉଁ ସ୍ଥାନଗୁଡ଼ିକରେ ନିବେଶ କ୍ଷମତାର ଅଭାବ ଦୃଷ୍ଟିରୁ ଏଲ୍‌ଏମ୍‌ଓମାନଙ୍କ ଅଭିବବୃଦ୍ଧି ପ୍ରତିବନ୍ଧିତ ହୋଇରହିଛି ତାହାକୁ ଦୃଷ୍ଟିରେ ରଖି ଏନ୍‌ଏକ୍ସଟି ହବ୍ ସ୍ଥାପନ କରିବା ଲାଗି ପ୍ରତିଟି ସ୍ଥାନକୁ ଅତି ଯତ୍ନର ସହ ଚୟନ କରାଯାଇଛି । ଏହି ପ୍ଲଗ୍‌-ଏନ୍‌-ପ୍ଲେ ସମାଧାନ ଏଲ୍‌ଏମ୍‌ଓଗୁଡ଼ିକୁ ରାତାରାତି ଡିଜିଟାଲ୍‌ରେ ରୂପାନ୍ତରିତ କରୁଛି ଯଦ୍ୱାରା ସେମାନେ ନିଜ ଗ୍ରାହକଙ୍କୁ ୬୫୦ରୁ ଅଧିକ ପର୍ଯ୍ୟନ୍ତ ଡିଜିଟାଲ୍‌ ଟେଲିଭିଜନ୍ ଚ୍ୟାନେଲ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ଭଳି ଅନ୍ୟାନ୍ୟ ଡିଜିଟାଲ୍ ସେବା ପ୍ରଦାନ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ୧୦୦ ଏନ୍‌ଏକ୍ସଟିହବ୍ ସ୍ଥାପନ କରିବାକୁ କଂପାନି ଲକ୍ଷ୍ୟ ରଖିଛି ଯାହା ସାରା ଦେଶରେ ଏନ୍‌ଡିଏଲ୍‌ର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ ।

ଭିନ୍‌ସ୍‌ଲେ ଫର୍ଣ୍ଣାଡିସ୍‌, ଏମ୍‌ଡି ଓ ସିଇଓ, ଏନ୍‌ଏକ୍ସଟି ଡିଜିଟାଲ୍‌ କହିଛନ୍ତି ଯେ, “ହିନ୍ଦୁଜା ଗ୍ରୁପ୍‌ର ଏକ ପ୍ରମୁଖ ନୀତି ହେଉଛି ପାର୍ଟନର୍‌ସିପ୍‌ ଫର୍ ଗ୍ରୋଥ୍ । ଏହାର ୨.୦ରେ କେବଳ ସାଟେଲାଇଟ୍ ଭିତ୍ତିକ କେବୁଲ ଟିଭି ପ୍ଲାଟ୍‌ଫର୍ମ ଜରିଆରେ ଭାରତର ଦୂରଦୂରାନ୍ତ ସ୍ଥାନରେ ଥିବା ଏଲ୍‌ଏମ୍‌ଓଗୁଡ଼ିକୁ ସଂଯୋଗ ପ୍ରଦାନ କରିବା ଲାଗି ହିଟ୍‌ସକୁ ଉନ୍ମୋଚନ କରାଯାଇଥିଲା ଓ ଏହା ପରେ ୩.୦ରେ ଆମେ ଗଠନ କରିଥିବା ସେହି ବ୍ୟବସ୍ଥାକୁ କେବଳ ସୁଦୃଢ଼ କରାଯାଇନାହିଁ ବରଂ ପ୍ରଯୁକ୍ତିର ସମନ୍ୱୟ କରି- ଏନ୍‌ଏକ୍ସଟିହବ୍‌ର ଏକ ଜାତୀୟ ନେଟ୍‌ୱର୍କ ଜରିଆରେ ତାହାକୁ ପ୍ରଦାନ କରାଯିବ । ଭିଡିଓ ଓ ବ୍ରଡ୍‌ବ୍ୟାଣ୍ଡ୍ ହେଉଛି ଏହି ସେବାର ଡିଜିଟାଲ୍‌ ହାଇୱେର ଆରମ୍ଭ ମାତ୍ର ଯାହା ଆମେ ପ୍ରଦାନ କରିବା ଲାଗି ବିକଶିତ କରିଛୁ, ଯାହା ପଛରେ ରହିଛି ଆମର ଏଲ୍‌ଏମ୍‌ଓ ଓ ଉପଭୋକ୍ତାମାନଙ୍କ ଲାଗି ସେବା ପ୍ରଦାନକାରୀମାନଙ୍କ ତରଫରୁ ବିକଶିତ କରାଯାଇଥିବା ଅଭିନବ ଆପ୍‌ର ଏକ ସୁଦୃଢ଼ ସୁଇଟ୍‌’’ ଏସ୍‌ୱାଇ ଶ୍ରୀକୁମାର, ଆଞ୍ଚଳିକ ମୁଖ୍ୟ,

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା, ଏନ୍‌ଏକ୍ସଟି ଡିଜିଟାଲ୍ କହିଛନ୍ତି ଯେ, “ଖୋଲାଯାଇଥିବା ୪୦ଟି ଏନ୍‌ଏକ୍ସଟି ହବ୍ ମଧ୍ୟରୁ ଆନ୍ଧ୍ର ଓ ତେଲେଙ୍ଗାନାରେ ୧୬ଟି ରହିଥିବାରୁ ଆମେ ଖୁସି ଏବଂ ହାଇଦ୍ରାବାଦ୍‌ରୁ ଏହି ଜାତୀୟ ଅଭିଯାନର ଶୁଭାରମ୍ଭ ଏଠାକାର ଏଲ୍‌ଏମ୍‌ଓ ଏବଂ ଉପଭୋକ୍ତାମାନଙ୍କ ପ୍ରତି ପ୍ରତିବଦ୍ଧତାର ପ୍ରତିଫଳନ ଯେଉଁମାନେ ଗୁଣାତ୍ମକ ସେବା ହାସଲ କରିବାକୁ ଆଶା ରଖିଛନ୍ତି । ଆମର ବିଶ୍ୱାସ ରହିଛି ଯେ ଏହି ସ୍ୱତନ୍ତ୍ର ମଡେଲ୍ ଅଭିବୃଦ୍ଧିକୁ ବଢ଼ାଇବ ଏବଂ ଆମେ ଆହୁରି ନୂଆ ଉତ୍ପାଦ ଆଣିବୁ ଓ ଏହି ଅଞ୍ଚଳରେ ଆହୁରି ଅଧିକ ଏନ୍‌ଏକ୍ସଟି ହବ୍ ଖୋଲିବାକୁ ଯୋଜନା ପ୍ରସ୍ତୁତ କରିସାରିଛୁ ।’’ ନିଜର ନେଟ୍‌ୱର୍କର ଡିଜିଟାଲ୍‌କରଣକୁ ଦୃଢ଼ କରିବା ଲାଗି ପ୍ରଯୁକ୍ତିକୁ ବ୍ୟବହାର କରିବା କ୍ଷେତ୍ରରେ ଏନ୍‌ଡିଏଲ୍ ସର୍ବଦା ଆଗରେ ରହିଥାଏ ଏବଂ ତେଣୁ ଏହା ଗ୍ରାହକଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରେ ।

ସେଥିପାଇଁ ଏହା ନିଜର ଭାପ୍ ପ୍ରୋଗ୍ରାମ୍ କିମ୍ବା ଭାଲ୍ୟୁ ଆଡେଡ୍ ଆପ୍ ଫର୍‌ ପାର୍ଟନର୍ସ ଜରିଆରେ ଏହାର ଏନ୍‌ଏକ୍ସଟିଡିଜିଟାଲ୍ ହିଟ୍‌ସ ସେବା ଲାଗି ଏହାର ନୂଆ ଏପିଆଇ କିମ୍ବା ଆପ୍ଲିକେସନ ପ୍ରୋଗ୍ରାମ୍‌ ଇଌକ୍ଷଗ୍ଧ;ର୍‌ଫେସ୍ ସମେତ ମୋବିଜିର ପ୍ରାକ୍‌-ସମନ୍ୱିତ ମୋବାଇଲ୍ ଆପ୍ଲିକେସନ୍‌ ସମାଧାନକୁ ଉନ୍ମୋଚନ କରିଛି । ଏହି ଏପିଆଇଗୁଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହାକୁ ଏଲ୍‌ଏମ୍‌ଓଗୁଡ଼ିକ ଏଭଳି ଭାବେ ବିକଶିତ କିମ୍ବା ଉପଭୋକ୍ତାଙ୍କ ମୋବାଇଲ୍ ଆପ୍ଳିକେସନ୍ ସହିତ ସମନ୍ୱିତ କରିପାରିବେ ଯଦ୍ୱାରା ସେମାନେ ଏନ୍‌ଡିଏଲ୍‌ର ବ୍ୟବସ୍ଥାରେ ସ୍ୱୟଂକ୍ରିୟ ଭାବେ ଉପଭୋକ୍ତାଙ୍କ ପ୍ୟାକେଜ୍‌ଗୁଡ଼ିକୁ ସିଧାସଳଖ ସକ୍ରିୟ/ନିସ୍କ୍ରିୟ କରିପାରିବେ, ଫଳରେ ବ୍ୟବହାରକାରୀଙ୍କ ଅନୁଭବରେ ଉନ୍ନତି ହୋଇପାରିବ ।

ଏନ୍‌ଏକ୍ସଟି ଡିଜିଟାଲ୍‌ର ଗ୍ରୁପ୍ ସିଟିଓ, ରୁ ଏଡିରିୱିରା କହିଛନ୍ତି ଯେ, “ଅନ୍‌ଲାଇନ୍‌ରେ ପେମେଌକ୍ଷଗ୍ଧ;୍ କରିବା ଏବଂ ନିଜେ ଦେଖିବାକୁ ଚାହୁଁଥିବା ଚ୍ୟାନେଲ୍‌କୁ ନିଜ ଟିଭି ସେଟ୍‌ରେ ବିନାକୌଣସି ବିଳମ୍ବରେ ବାସ୍ତବ ସମୟରେ ସକ୍ରିୟ କରିବା ଲାଗି ଏହା ଉପଭୋକ୍ତାମାନଙ୍କୁ ସଶକ୍ତ କରିବ । ସଫ୍ଟଓୟାର୍‌ରେ କୌଣସି ଉନ୍ନତ ନଆଣି ଏଲ୍‌ଏମ୍‌ଓମାନେ ସେମାନଙ୍କ ପ୍ରି- ବିଲ୍‌ଟ ଓ ପ୍ରି-ଇଌକ୍ଷଗ୍ଧ;ିଗ୍ରେଟେଡ୍ ସମାଧାନକୁ ମୋବିଜି ଠାରୁ ଆଣିପାରିବେ ଯାହା ଏନ୍‌ଏକ୍ସଟିଡିଜିଟାଲ୍‌ର ନୂଆ ଏପିଆଇକୁ ବ୍ୟବହାର କରୁଛି ଏବଂ କିଛି ଦିନ ଭିତରେ ନିଜ ମୋବାଇଲ୍ ଆପ୍‌ରେ ତାହାକୁ ଚଲାଇ ହେବ ।’’ କେବଳ ଏନ୍‌ଏକ୍ସଟିହବ୍‌ର ସମ୍ପ୍ରସାରଣ ଓ ଆପ୍‌ର ବିକାଶ ନୁହେଁ ବରଂ ନୂଆ ବ୍ୟବସାୟ ମଡେଲ୍ ପାଇଁ ପାଟର୍ନର୍‌ସିପ୍ ଫର୍ ଗ୍ରୋଥ୍ ୩.୦ରେ ଲକ୍ଷ୍ୟ ରଖାଯାଇଛି ଯାହା ଦ୍ୱାରା ସମଗ୍ର ବ୍ୟବସ୍ଥା ଉପକୃତ ହୋଇପାରିବ । ସେଭଳି ଏକ ଅଭିଯାନ ହେଉଛି ଭିତ୍ତିଭୂମି ବାଌକ୍ଷଗ୍ଧ;ିବା ମଡେଲ୍ ଯାହା ଉପରେ ଏନ୍‌ଡିଏଲ୍ କାର୍ଯ୍ୟ କରୁଛି-ଯାହା ବ୍ୟବସାୟ ଲାଗି ଲାଭଦାୟକ ହୋଇପାରିନଥିବା ବଜାର ବିଶେଷ ଗରି ଗ୍ରାମାଂଚଳରେ ସାରା ଭାରତରେ ଉପଲବ୍ଧ ଥିବା ହିଟ୍‌ସ ପ୍ଲାଟ୍‌ଫର୍ମକୁ ବ୍ୟବହାର କରି ଅନ୍ୟ ଏଲ୍‌ଏମ୍‌ଓମାନଙ୍କୁ ପରିଚାଳନା ଖର୍ଚ କମ୍ କରିବା, ସେବାର ମାନରେ ଉନ୍ନତି ଆଣିବା ଏବଂ ସେବାକୁ ସମ୍ପ୍ରସାରିତ କରିବାରେ ସହାୟକ ହେବ ।

Exit mobile version