Home ଓଡ଼ିଶା କଅଁଳ ବୟସରେ ପେଟପାଇଁ ନାଟ ବାଉଁଶରାଣୀ ଖେଳ ଦେଖାଇ ରଜଗାର କରୁଛନ୍ତି ଟଙ୍କା by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) ବୈପାରିଗୁଡା :- ପେଟ ଚାଖଣ୍ଡ ପାଇଁ ଦୁନିଆରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପନ୍ତା ଅବଲମ୍ବନ କରନ୍ତି। କଅଁଳ ବୟସରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ପରିବାର ପ୍ରତିପୋଷଣ ପାଇଁ ବାପାମାଆଙ୍କ ବୋଝକୁ ନିଜ କାନ୍ଧରେ ଲଦି ବିଭିନ୍ନ ପ୍ରକାର ଦୁଶ୍ୟାକ ପଦକ୍ଷେପ ନେଇଥାନ୍ତି। କିଏ ପରିବାରକୁ ନେଇ କୁଲି ମଜୁରୀ କାମ କରେ ତ ଆଉ କିଏ ନିଜ ପରିବାରକୁ ନେଇ ବିଭିନ୍ନ ପ୍ରକାର ଖେଳ, ମେଜିକ ସୋ ଦେଖାଇ ନିଜ ପରିବାର ପ୍ରତିପୋଷଣ କରେ । ଏଭଳି ଏକ ଯାଯାବର ପରିବାରର କୁନି ୨ଟା ଝିଅ ନିଜ ଜୀବନକୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ଭୂମି ଠାରୁ ପ୍ରାୟ ୧୦ ଫୁଟ ଉଚ୍ଚତାରେ ବାଉଁଶ ରାଣୀ ଖେଳ ଦେଖାଇ କୁନି ଝିଅଟି ଦର୍ଶକଙ୍କୁ ମନମୁଗ୍ଧ କରାଏ । ଦର୍ଶକଙ୍କ ତାଳିରେ ବିଭୋର ହୋଇପଡେ କୁନି ଝିଅ । ପେଟ ଚାଖଣ୍ତ ପାଇଁ ପରିବାରର ମା’ ବାପା କଅଁଳ ବୟସରେ ତାକୁ ବାଉଁଶ ରାଣୀ ଖେଳ ପାଇଁ ପଶିକ୍ଷଣ ଦେଉଥିବାର ଜଣାପଡିଛି ! ଯେଉଁ ବୟସରେ ସାଙ୍ଗ ସାଥି ମେଳରେ ପାଠପଡା ସହ ଖେଳିବୁଲି ଦିନ କଟିବାର ବେଳେ ସେହି ବୟସରେ ବାଉଁଶ ରାଣୀ ଖେଳ ଦେଖାଇ ଦୁଇ ପଇସା ରୋଜଗାର କରେ ଏହି ଛୋଟ ଝିଅଟି । କୋରାନା ପାଇଁ ୨ ବର୍ଷରୁ ଅଧିକ ସମୟ ହେବ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ବାପାଙ୍କ କିଛି ରଜଗାର ହେଉ ନଥିବାରୁ ଏହି ଖେଳ ପାଇଁ ସାହାର୍ଯ୍ୟ କରୁଛୁ ବୋଲି କହିଛନ୍ତି ବାଉଁଶରାଣୀ ଖେଳ ଦେଖାଉଥିବା କୁନି ଝିଅ ! ତେବେ ଏମାନେ ଛତିଶଗଡ ରାଜ୍ୟର ବିଲାସପୁର ଗ୍ରାମରୁ ବାହାରି ରାଜ୍ୟ ରାଜ୍ୟ ଗ୍ରାମ ଗ୍ରାମ ବୁଲି ପେଟ ଚାଖଣ୍ଡ ପାଇଁ ବାଉଁଶରାଣୀ ଦେଖାଇ କିଛି ଟଙ୍କା ରଜଗାର କରୁଛନ୍ତି ! ଏକ ଦଉଡି ଉପରେ ବିଭିନ୍ନ ପ୍ରକାର ଖେଳ ସହ ବାଦ୍ୟର ତାଳେତାଳେ ନାଚି ଉଠେ ଏହି କଅଁଳ ବୟସର କନ୍ୟା । ସେ ଜାଣେ ନାହିଁ ଯେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନ ପ୍ରତି ବିପଦ ଅଛି । ପ୍ରତିଦିନ ବିଭିନ୍ନ ଗ୍ରାମ ବୁଲି ବୁଲି ଏହି ବାଉଁଶ ରାଣୀ ଖେଳ ଦେଖାଇ ଦର୍ଶକଙ୍କୁ ମନ ମୁଗ୍ଧ କରି କିଛି ଟଙ୍କା ରୋଜଗାର କରି ପରିବାର ପତିପୋଷଣ କରିଥାନ୍ତି ଏହି ଯାଯାବର ପରିବାର । ଏମାନଙ୍କର ନିର୍ଦ୍ଦିଷ୍ଟ ଏକ ଗ୍ରାମର ପରିଚୟ ନଥାଏ । କେତେ ବେଳେ ମୁଖ୍ୟ ଛକ ତ କେବେ ବେଳେ ଅନ୍ୟ କୌଣସି ଜନ ଗହଳି ପୂର୍ଣ୍ଣ ରାସ୍ତା ଏମାନଙ୍କ ଖେଳ ଦେଖାଇବା ସ୍ଥାନ ! କରୋନାରେ ନିଜ ଜୀବିକା ହରାଇ ପରିବାର ପ୍ରତିପୋଷଣ ପାଇଁ ବାହାରି ପଡନ୍ତି ନିଜ ପରିବାରକୁ ସାଙ୍ଗରେ ନେଇ । Categories: ଓଡ଼ିଶା, କୋରାପୁଟ, ବଲାଙ୍ଗିର, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026