କରୋନା ସଂକ୍ରମଣ ପ୍ରତିହତ ପାଇଁ କଟେଂନମେଂଟ ଜୋନରେ କୋରାଇ ବ୍ଲକ ଗଳାବାଟ ଓ ରାସ୍ତ ସୀମା ସିଲ କଲା – କୋରାଇ ପୁଲିସ

କୋରାଇ, ରିପୋର୍ଟ /ରଶ୍ମିରେଖା ମଲ୍ଲିକ (ଓଡିଶା ତାଜା ନ୍ୟୁଜ୍‌) ସୀମା ସିଲ କଲା ,୨୭ ଏପ୍ରିଲ ସୋମବାର :- ଯାଜପୁର ଜିଲାରେ ଚଳିତ ମାସ ୨୪ତାରିଖ ଚାଲିଥିବା ସଟ୍‌ଡାଉନ୍ ସରିବାର ମାତ୍ର କେଇ ଘଂଟା ନପରୁଣୁ ପୁନର୍ବାର ଜିଲାର ୫ଟି ବ୍ଲକ ଓ ଯାଜପୁର ପୌରାଂଚଳକୁ ୨୭ ତାରିଖ ଅପରାହ୍ଣ ୧୨ଟା ଠାରୁ ୨୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଂଟେନ୍‌ମେଂଟ ଜୋନ ଘୋଷଣା କରାଯାଇଛି । ଏଥିରେ କୋରାଇ ବ୍ଲକକୁ କଂଟେନମେଂଟ ଜୋନଭାବେ ଘୋଷଣା କରାଯାଉଥିବାରୁ ସରକାରୀ ନିର୍ଦ୍ଦେଶନାମା କିପରି ସଫଳ ସେଥିପାଇଁ କୋରାଇ ପୁଲିସ ତତ୍ପରତା ପ୍ରକାଶ କରିଛି । ଆଜି ପୁଲିସ ପକ୍ଷରୁ କୋରାଇ ଥାନା ଅଂଚଳରେ ରହିଥିବା ସମସ୍ତ ସୀମା ଯଥା ମୁକୁନ୍ଦୁପୁର, ବୈତରଣୀ ରୋଡ, ରଣପୁର, ରଗଡ଼ି, ଧନେଶ୍ୱର ଛକ, ୨୦ ନଂ ଜାତୀୟ ରାଜପଥ ଠାରୁ ପାଟୁଳି ଗ୍ରାମ ମୁଖ୍ୟ ରାସ୍ତା, ପାଣିକୋଇଲି-ଆଲଡ଼ା ରାସ୍ତା, ତେନ୍ତୁଲିଖୁଂଟା ବାଇପାସ ରାସ୍ତା ସହ ଗଳାବାଟ ସବୁ ସିଲ କରାଯାଇଛି ।

ସମସ୍ତ ମୁଖ୍ୟରାସ୍ତାରେ ପୁଲିସ ବାଉଁଶ ବାନ୍ଧି ସିଲ କରିବା ସହିତ ୨୭ତାରିଖ ଅପରାହ୍ଣ ୧୨ଟା ଠାରୁ ୨୯ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୌଣସି ବାହାର ଲୋକଙ୍କୁ କୋରାଇରେ ଭିତରକୁ ପ୍ରବେଶ ଉପରେ କଟକଣା କରାଯିବ । ସେହିପରି କୋରାଇ ବ୍ଲକର କୌଣସି ଜନ ସାଧାରଣ ଏହି ସମୟ ମଧ୍ୟରେ ବାହାରକୁ ନଯାଇ ପାରିବେ ପୁଲିସ ଏଭଳି ନିଷ୍ପତି ନେଇଛି । ସିଲ କରାଯାଇଥିବା ସ୍ଥାନରେ ପୁଲିସ ମୃତୟନ କରାଯାଇ ଏହା ଉପରେ କଡ଼ା ନଜର ରଖାଯିବ । ମହାମାରୀ କରୋନା ସଂକ୍ରମଣ ଯୋଗୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକଭାବେ ବୃଦ୍ଧି ପାଉଥିବା ଓ କୋରାଇ ଅଂଚଳରୁ ଜଣେ କରୋନା ପଜେଟି ରହିଥିବାରୁ ଆଉ ଅଧିକ ସଂକ୍ରମିତ ନହେବା ପାଇଁ କୋରାଇ ବ୍ଲକୁ କଂଟେନ୍‌ମେଂଟ ଘୋଷଣା କରାଯାଇ ପୁଲିସ ଓ ପ୍ରଶାସନପକ୍ଷରୁ ପ୍ୟାକପ ପଦକ୍ଷପ ନିଆଯାଇଛି । ଏହି ସମୟରେ କେବଳ ମେଡିକାଲ, ପାରା ମେଡିକାଲ ଅଧିକାରୀ ଓ କର୍ମଚାରୀ ଯାତାୟତ କରିବେ ବୋଲି ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତିଙ୍କ ଠାରୁ ସୂଚନା ଦେଇଥିଲା ବେଳେ ଅଂଚଳବାସୀ କଟେଂନମେଂଟ ଜୋନ ଅବଧିକୁ ମାନିବାବକୁ କୋରାଇ ବିଡିଓ ଶ୍ୱେତସ୍ନିଗ୍ଧା ନିବେଦନ କରିଛନ୍ତି ।

Exit mobile version