ନାଟ୍ୟକାର ଓ ସଂସ୍କୃତି-ଗବେଷକ ସୁରେଶ ବଳବନ୍ତରାୟଙ୍କ ସ୍କୁତିଚାରଣ ‘ସୁରେଶ ସମାବେଶ’ରେ ସୂର୍ଯ୍ୟ ଦେଓ ସମ୍ମାନିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ଭୁବନେଶ୍ୱର :- ବହୁଦର୍ଶୀ ପ୍ରତିଭାବାନ୍‌ ବ୍ୟକ୍ତି ସ୍ମରଣୀୟ ପଥପ୍ରଦର୍ଶକ ହୋଇ ରୁହନ୍ତି ବୋଲି ପ୍ରସିଦ୍ଧ କବି ରାଜେଂଦ୍ର କିଶୋର ପଂଡ଼ା ଉଲ୍ଲେଖ କରିଛନ୍ତି । ସାହିତି୍ୟକ, ନାଟ୍ୟକାର, ଲୋକସଂସ୍କୃତି ବିଶାରଦ, ଅନୁବାଦକ ସୁରେଶ ବଳବନ୍ତରାୟଙ୍କ ସ୍ମଚ୍ଚ’ତିରେ ଆୟୋଜିତ’ସୁରେଶ ସମାବେଶ’ରେ ଯୋଗଦେଇ ଶ୍ରୀ ପଂଡ଼ା ଜଣେ ନିତ୍ୟସନ୍ଧିତ୍ସୁ ଭାବରେ ସୁରେଶଙ୍କୁ ବର୍ଣ୍ଣନା କରିଥିଲେ । ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସିନେ-ଗବେଷକ ସୂର୍ଯ୍ୟ ଦେଓଙ୍କୁ ସୁରେଶ ସୃଜନ ସମ୍ମାନ ପ୍ରଦାନ କରାଯାଇଥିଲା ।

ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. ହରେକୃଷ୍ଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଡ. କୃଷ୍ଣଚନ୍ଦ୍ର ପ୍ରଧାନ ସମ୍ମାନିତ ବକ୍ତା ଭାବରେ ଉପସ୍ଥିତ ଥିଲାବେଳେ ବିଶିଷ୍ଟ ପ୍ରାବନ୍ଧିକ ଓ ଗବେଷକ ଡ. ଅଜୟ କୁମାର ମିଶ୍ର ମୁଖ୍ୟବକ୍ତା ଭାବରେ’ଜୀବନଚକ୍ର ଓ ଲୋକସଂସ୍କାର’ପ୍ରସଙ୍ଗରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଫାଉଣ୍ଡେସନ୍‌ର ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ସଂଗଠନର ବିବରଣୀ ପାଠ କରିଥିଲେ ଓ ଡ. ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିଲେ ।

 

ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ପ୍ରଥମେ ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ା କାର୍ଯ୍ୟକ୍ରମରେ ଆଲୋଚନା ସଂକଳନ ‘ଲୋକବିଦ୍ୟା’ ଓ ସୁରେଶ ବଳବନ୍ତରାୟଙ୍କ ଲିଖିତ ‘ମାଧବ ଦାସର ସୁଆଙ୍ଗ’ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁବୋଧ ପଟ୍ଟନାୟକ, ହରେନ୍‌ ସାହୁ, ରକ୍ଷକ ନାୟକ, ପରେଶ ପଟ୍ଟନାୟକ, ଡ. ଅଜୟ ସ୍ୱାଇଁ, ଛନ୍ଦା ମିଶ୍ର, ସୂର୍ଯ୍ୟ ମିଶ୍ର, ନେତାଜୀ ଅଭିନନ୍ଦନ, ବାଦଲ ମହାନ୍ତି, କେଦାର ମିଶ୍ର, ପ୍ରଫୁଲ୍ଲ ଧୀର, ରାମହରି ଜେନା, ମଧୁମିତା ମହାନ୍ତି, ଡ. ରଜନୀ ରଞ୍ଜନ, ବନୋଜ ତ୍ରିପାଠୀ, ରୁନା ପଣ୍ଡା ଓ ସଂଜୟ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version