Home ଓଡ଼ିଶା ଟାଉନ ହାଇସ୍କୁଲରେ ଭ୍ରାମ୍ୟମାଣପାଠାଗାର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ପୁସ୍ତକ ବ୍ୟକ୍ତିର ଚିନ୍ତା ଓ ଚେତନାକୁ ପ୍ରସାରିତ କରେ । ପୁସ୍ତକର ସ୍ଥାନ ମୋବାଇଲ ଠାରୁ ଢେର ଉର୍ଦ୍ଧ୍ବରେ । ବ୍ୟକ୍ତି ର ଚରିତ୍ର ଗଠନ ଓ ସାମାଜିକ ଜୀବନକୁ ଶୃଙ୍ଖଳିତ କରିବା ଦିଗରେ ପୁସ୍ତକର ସ୍ଥାନ କେହି ବି ନେଇ ପାରିବେ ନାହିଁ । ତେଣୁ ପାଠ୍ୟ ପୁସ୍ତକ ସହ ଶିଶୁ ସାହିତ୍ୟ ଆଧାରିତ ପୁସ୍ତକ ଓ ପତ୍ରପତ୍ରିକା ପଠନ ପ୍ରତି ଛାତ୍ର ଛାତ୍ରୀ ମାନେ ଆଗ୍ରହ ପ୍ରକାଶ କରିବାକୁ ବରଗଡ଼ ଠାରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ରେ ଯୋଗଦାନ କରି ବକ୍ତା ଗଣ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ଟାଉନ ହାଇସ୍କୁଲ ପରିସର ମଧ୍ୟରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ରସ ରାଜ ମନୋରଞ୍ଜନ ସାହୁ ସାହିତ୍ୟ ବ୍ୟକ୍ତି ର ଚିନ୍ତା ଚେତନା କୁ ପ୍ରସାରିତ କରେ ଓ ସମାଜ ଜୀବନ କୁ ଶୃଙ୍ଖଳିତ କରେ । ତେଣୁ ମୋବାଇଲ ଠାରୁ ଦୂରରେ ରହି ଛାତ୍ର ଛାତ୍ରୀ ମାନେ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରେଣୁ ଦାଶ ଶର୍ମା, ‘ସୁବର୍ଣ୍ଣ ଦୀପ’ ଶିଶୁ ପତ୍ରିକା ର ସମ୍ପାଦକ ପ୍ରଦୀପ୍ତ ଭାନୁ ମହାନ୍ତି ଓ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲା ମାନେ ମୋବାଇଲ ଠାରୁ ଦୂରରେ ରହି ଓଡ଼ିଶାରୁ ପ୍ରକାଶିତ ଶିଶୁ ପତ୍ରିକା ଓ ପୁସ୍ତକ ମାନ ସଙ୍ଗ୍ରହ କରି ପଢିବାକୁ କହିଥିଲେ । ‘ପାଠାଗାର କାର୍ଯ୍ୟକ୍ରମ’ ରେ ଅ°ଶ ଗ୍ରହଣ କରି ପାଠକୀୟ ବକ୍ତବ୍ୟ ପ୍ରଦାନ କରି ଛାତ୍ର ରୋମ୍ୟ ରଞ୍ଜନ ଷଡ଼ଙ୍ଗୀ,ପ୍ରତୀକ ବାରିକ ଓ ଆଶିଷ ପଣ୍ଡା ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ‘ଶିଶୁ ଶ୍ରୀ’ ର ସମ୍ପାଦକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ହିନ୍ଦୀ ପଖୱାଡ଼ା - ୨୦୨୬ ର ଉଦ୍ଯାପନୀ ସମାରୋହ ଏବଂ ୧୫୧ତମ ମଣ୍ଡଳୀୟ ସରକାରୀ ଭାଷା କାର୍ଯ୍ୟାନ୍ୱୟନ ସମିତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 24, 2026 ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ by Proprietor Abhimanyu Maharana September 24, 2026 ୧୧ତମ ଆୟୁର୍ବେଦ ଦିବସ ପାଳିତ by Proprietor Abhimanyu Maharana September 24, 2026 ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026