ବହୁ ଅଭିଯୋଗ ସତ୍ୱେ ପୋଲିସ ଏବଂ ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି : ଗୋଲକ ମହାପାତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ଭୁବନେଶ୍ୱର :- ବହୁଚର୍ଚ୍ଚିତ ମମିତା ମେହେର୍ ହତ୍ୟାକାଣ୍ଡକୁ ଶାସକ ବିଜେଡି ତଦନ୍ତ ଆଳରେ ସମସ୍ତ ତଥ୍ୟପ୍ରମାଣକୁ ଲିପାପୋଛା କରି ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଖସାଇ ଦେବାର ପୂର୍ଣ୍ଣ ଉଦ୍ୟମ କରୁଛି ।ଏହି ବିଭତ୍ସ ହତ୍ୟାକାଣ୍ଡର ତଦନ୍ତ ପୋଲିସ ସଠିକ ଭାବେ କରୁନାହିଁ ।ମୃତ ମମିତା ନିଖୋଜ ହେବା ପରେ ଦୀର୍ଘଦିନ ଧରି ପରିବାରବର୍ଗଙ୍କ ଏଫଆଇଆରକୁ ପୋଲିସ୍ ନରଖିବା, ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରି ତାକୁ ହାଜତରେ ନରଖି ବ୍ୟାରେକ ଭିତରେ ରଖିବା, ବ୍ୟାରେକରୁ ଫେରାର ସମୟରେ ବିଦ୍ୟୁତ୍ ସରବାରୋହ ବନ୍ଦ କରାଯିବା,

ଗୋଡରେ ଆହତ କାରଣରୁ ସଠିକ ଭାବେ ଚାଲି ପାରୁନଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ୧୨ ଫୁଟ ଉଚ୍ଚତାର ପାଚେରୀ ଡେଇଁ ଖସି ପଳାଇବା, ଅଭିଯୁକ୍ତଙ୍କୁ ଫେରାର କରାଯାଇ୪ ଦିନ ପରେ ପୁଣି ଅଭିଯୁକ୍ତକୁ ଗିରଫ କରିବା,ପରବର୍ତୀ ସମୟରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯିବା, ଅଭିଯୁକ୍ତର ସିନ୍ ରିକ୍ରିଏସନ କରାଯାଇ ଗଣମାଧ୍ୟମରେ ପ୍ରଦର୍ଶନ କରାଯିବା ଆଦି ଘଟଣା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ସାମାନ୍ୟ ଠିକାଦାରରୁ ଅଜସ୍ର ସଂପତିର ମାଲିକ ହୋଇଥିବା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠତା; ମନ୍ତ୍ରୀ ଶ୍ରୀ ମିଶ୍ର ନିଜ ବାସଭବନ କିମ୍ବା ସରକାରୀ ବ୍ୟବସ୍ଥାରେ ନରହି ପ୍ରାୟତଃ ସେହି ସ୍କୁଲରେ ରାତ୍ରଯାପନ କରିବା; ‘ମୋ ଜୀବନ’ / ‘ସ୍କୁଲକୁ ଆସିଲେ ମୁଁ ଯୁବକ ହୋଇଯାଏ’ ଭଳି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିବୃତି ଆଦି ପ୍ରସଙ୍ଗ ସର୍ବସାଧାରଣରେ ଖୁଲାସା ହେବା ସତ୍ୱେ ପୋଲିସ ଏବଂ ରାଜ୍ୟ ସରକାରଙ୍କ ତରଫରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବାକୁ ନେଇ ବହୁ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ପୋଲିସର ନିରପେକ୍ଷତା ଉପରେ ସନ୍ଦେହ ଦୃଢୀଭୁତ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏଭଳି ବିଭତ୍ସ ହତ୍ୟାକାଣ୍ଡର ସତ୍ୟାସତ୍ୟ ସଂପର୍କରେ ଜଣିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଆସନ୍ତା କାଲି ଘଟଣା ସ୍ଥଳକୁ ଯିବା ସହ ମୃତ ମମିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ବିସ୍‌ୃତ ଆଲୋଚନା କରିବେ । ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବି ତଥା ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ,

ବିଧାୟକ ଡ.ମୁକେଶ ମହାଲିଙ୍ଗ, ଶଂକର ଓରାମ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ଠାକୁର ରଣଜିତ୍ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାସ ଏବଂ ମିଡିଆ ବିଭାଗ ସହ ପ୍ରମୁଖ ସୁଜିତ୍ ଦାସ ଉପସ୍ଥିତ ଥିଲେ ।

 

Exit mobile version