ହିଞ୍ଜିଳିକାଟୁ ,ରିପୋର୍ଟ /ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍ ) ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା,୨୭ ଏପ୍ରିଲ, ସୋମବାର :- ଦେଶରେ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଥିବା ଯୋଗୁଁ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଏହାର ପ୍ରକୋପ ଏତେ ଘାତକ ସାବ୍ୟସ୍ତ ହୋଇଛି ଯେ, ଦିନକୁ ଦିନ ମୃତ୍ୟୁ ହାର ଏବଂ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଲକଡ଼ାଉନ ଅବଧି ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଗୁରୁତ୍ୱ ରହିଥିବାରୁ ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଅନୁଷ୍ଠିତ ହେବ କି ନାହିଁ ତାହା ନେଇ ଅନିଶ୍ଚିତତା ଦେଖାଦେଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ରବିବାର ଅକ୍ଷୟ ତୃତୀୟା ଅବସରରେ ଯାତ୍ରା ପାଇଁ ଶୁଭଖୁଂଟି ସ୍ଥାପନ କରାଯାଇଛି । ପ୍ରତିବର୍ଷ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ୩ ଦିନ ନୃସିଂହ ଠାକୁରଙ୍କ ଜନ୍ମତ୍ସୋବ ପାଳନ ଅବସରରେ ହିଂଜିଳିକାଟୁର ଆରାଧ୍ୟ ଦେବତା ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ଉତ୍ସବ ପାଳନ କରାଯାଇଥାଏ । ଚଳିତ ବର୍ଷ ମେ ୬ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କାଟୁ ଯାତ୍ରା ଅନୁଷ୍ଠିତ ହେବ । ଯାତ୍ରାକୁ ଆଖି ଆଗରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଜସ୍ୱ ବିଭାଗ ଏକ ରିପୋର୍ଟ ପ୍ରସ୍ତୃତ କରି ଉଚ୍ଚ କର୍ତୁପକ୍ଷଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଜଣାପଡ଼ିଛି । କାଟୁ ରାଜା ସାହେବ ଲଲିତ କିଶୋର ଭଞ୍ଜଦେଓ, କେଉଟ ସାହି ଯାତ୍ରା କମିଟି ସଭାପତି ଭୀମସେନ ବେହେରା, ରଙ୍ଗଣି ସାହି ଯାତ୍ରାଧିକାରୀ ବଂଶୀଧର ସାହୁଙ୍କ ସମେତ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି, ନେତୃ ମଣ୍ଡଳୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମତାମତ ପରେ ହିଁ ଯାତ୍ରା ଆୟୋଜନର ଚୁଡ଼ାନ୍ତ ନିଷ୍ପତି ଗ୍ରହଣ କରାଯିବ ବୋଲି କହିଛନ୍ତି । ଐତିହାସିକ ତଥ୍ୟ ଅନୁଯାୟୀ ୧୯୪୨ ମସିହାରେ ସ୍ଥାନୀୟ ଅଂଚଳରେ ମହାମାରୀ ହଇଜା ଓ ମ୍ୟାଲେରିଆ ବ୍ୟାପିବା ପରେ ବହୁ ଲୋକ ପ୍ରାଣ ହରାଇଥିଲେ । ବହୁ ବୈଦ୍ୟ ଓ କବିରାଜଙ୍କ ଔଷଧ କୌଣସି କାମ ନଦେବା ଯୋଗୁଁ ପରିଶେଷରେ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ନଗର ପରିଭ୍ରମଣ କରିବା ପରେ ଅଂଚଳରୁ ମହାମାରୀ ହଇଜା ଓ ମ୍ୟାଲେରିଆ ଉଭେି ଯାଇଥିଲା । ସେହି ଦିନ ଠାରୁ ପ୍ରତିବର୍ଷ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ୩ ଦିନ ନୃସିଂହ ଠାକୁରଙ୍କ ଜନ୍ମତ୍ସୋବ ପାଳନ ଅବସରରେ ହିଂଜିଳିକାଟୁର ଆରାଧ୍ୟ ଦେବତା ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ଉତ୍ସବ ପାଳନ କରାଯାଇଥାଏ । ତେଣୁ କରୋନା ପରି ମହାମାରୀ ରୋଗରୁ ବିଶ୍ୱକୁ ରକ୍ଷା କରିବା ପାଇଁ କାଟୁ ଯାତ୍ରାକୁ ମହାଅମ୍ମ୍ର ସହକାରେ ପାଳନ ନକରି ନିାରଡ଼ମ୍ବର ସହକାରେ ପାଳନ କରି ଖୁବ୍ କମ୍ ଭକ୍ତଙ୍କ ସହାୟତାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ବିଗ୍ରହକୁ ୩ ଦିନ ପାଇଁ ନଗର ପରିକ୍ରମା ଓ ପୂଜାର୍ଚ୍ଚନା କରିବା ସକାଶେ ଅଂଚଳର ବହୁ ସଚେତନ ନାଗରିକ ଓ ବୁଦ୍ଧିଜୀବି ମତ ରଖିଛନ୍ତି । ତେବେ ପ୍ରଶାସନର ନିଷ୍ପତି ଓ ନିର୍ଦ୍ଦେଶ ମୁତାବକ ଯାତ୍ରା ଆୟୋଜନ କରାଯିବ ବୋଲି କାଟୁ ରାଜା ସାହେବ ଓ ୨ ସାହିର ଯାତ୍ରା କମିଟି ସଭାପତି ଓ ଅଧିକାରୀ କହିଛନ୍ତି । ଫଟୋ-
ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ନେଇ ଅନଶ୍ଚିତତା ପ୍ରଶାସନର ନିଷ୍ପତିକୁ ଅପେକ୍ଷା – ହିଞ୍ଜିଳିକାଟୁ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
by
Proprietor Abhimanyu Maharana
September 14, 2026
World Odisha Society pays tribute to Pranab Patnaik
by
Proprietor Abhimanyu Maharana
September 14, 2026
ମାନବ ସେବା ହିଁ ମାଧବ ସେବା
by
Proprietor Abhimanyu Maharana
September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
by
Proprietor Abhimanyu Maharana
September 14, 2026