ବରପାଲି ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର

ବରଗଡ଼ :- ବରପାଲି ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଅଧକ୍ଷା ପଦ୍ମିନୀ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ।

ଉତ୍ସବରେ ରେଡକ୍ରସ୍ କାଉନସିଲର ଯତୀନ୍ଦ୍ର କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ରେଡକ୍ରସ୍ ସହଯୋଗୀ ନିଳୀମା ନାୟକ କାର୍ଯକ୍ରମ ପରିଚାଳନା କରିଥିଲେ l ଜଗବନ୍ଧୁ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ କାଉନସିଲର, ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ କାଉନସିଲର,ବରପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର କାଉନସିଲର, ଘନଶ୍ୟାମ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟାପାଲିର ଅଧ୍ୟକ୍ଷ ଓ କାଉନସିଲର,

କଟାପାଲି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କାଉନସିଲର,ରେଶମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ କାଉନସିଲର,ଖୁଣ୍ଟପାଲି ବାବା ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ କାଉନସିଲର, ଫର୍ମାସିଟିକାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟିଙ୍ଗିପାଲି ର କାଉନସିଲର,ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତେତେଲପାଲିର ଅଧ୍ୟକ୍ଷ ଓ କାଉନସିଲର ଓ ଛାତ୍ର ଛାତ୍ରୀ  ମାନେ ଯୋଗ ଦେଇଥିଲେ । ତିନିଦିନ ଧରି ଅନୁଷ୍ଠିତ ହେବାକୁଥିବା କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ପ୍ରାସଙ୍ଗିକତାକୁ କେନ୍ଦ୍ର କରି ଅନେକ ଉପାଦେୟ ତଥ୍ୟ ପ୍ରଦାନ କରାଯାଇଥିଲା ।

Exit mobile version