ନୟାଗଡ଼ ମୁନିସିପାଲିଟିରେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥ ପାଠ ଉତ୍ସବ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ନୟାଗଡ଼ :- ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ପୌରପରିଷଦ ସମ୍ମିଳନୀ କକ୍ଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସମେତ ସମସ୍ତ ପୌର କର୍ମଚାରୀ କୋଭିଡ ଆଇନ ଅନୁଯାୟୀ ନାଗରିକ ସେବା ସାଧୁତା ଅନୁଯାୟୀ କରବା ନିମନ୍ତେ ଶପଥ କରିଥିଲେ | ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ନାଗରିକ ସାଧୁ ଶପଥକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜେନା ପାଠ କରିବା ସହ ଅନ୍ୟ କର୍ମଚାରୀ ମାନେ ସମ୍ମିଳିତ ଭାବେ ପାଠ କରିଥିଲେ  |

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାର୍କେଟିଂ ଇନ୍ସପେକ୍ଟର କୈଳାଶ ଜେନା, ପୂର୍ତ୍ତ କାର୍ଯ୍ୟ ସମ୍ପାଦନ ଅଧିକାରୀ ଗଜେନ୍ଦ୍ର କୁମାର ମହାରଣା, ସ୍ୱଚ୍ଛ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, ପରିମଳ ନିରୀକ୍ଷକ ଲଷ୍ମୀଧର ସାହୁ, ପୌର ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ଚରଣ ସେଠି, ସନ୍ତୋଷ ଜେନା, ଅଜିତ ମଲ୍ଲିକ, ବିତ୍ତ ନିୟନ୍ତ୍ରକ ଶିଶିର କୁମାର ମହାପାତ୍ର, ଗୋଷ୍ଠୀ ସଂଗଠିକା ପ୍ରମୁଖ ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ  |

Exit mobile version