ପରବ ଆରମ୍ଭ ହେବ କୋଟିଆ ଅଞ୍ଚଳରୁ, ଡିସେମ୍ବର ୧୭ ରୁ ୧୯ ମୁଖ୍ୟ ଉତ୍ସବ : କୋରାପୁଟ ପରବ ୨୫ ବର୍ଷରେ

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଅକ୍ଟୋବର ସୋମବାର) କୋରାପୁଟ :- କୋରାପୁଟ ଜିଲ୍ଲାର ପରବ ଉତ୍ସବ ପାଳନ ନିମନ୍ତେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଓ କଲେଜ ସଭାଗୃହରେ ଏକ ସାଧାରଣ ପରିଷଦ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ ଅଖତରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ସହିତ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି,ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି , ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ , ଜିଲ୍ଲାପରିଷଦ ସଭାପତି ତୁଲସି କ୍ରିସାନି , କଲେଜ ଅଧ୍ୟକ୍ଷ ଅଧ୍ୟାପକ କୃଷ୍ଣଚନ୍ଦ୍ର ବିଶ୍ଵାଳ ,କୋରାପୁଟ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଢାପାଲି ,ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ,କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଓ ରାମେଶ୍ୱର ପ୍ରଧାନ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜୟପୁର ଉପଜିଲ୍ଲାପାଳ ଗୋପୀନାଥ ସାରକା ପ୍ରମୁଖ ଉପସ୍ଥିତ ଥିଲେ ।

କୋରାପୁଟ ସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆରେ ଡିସେମ୍ବର ମାସ ୧୭ ରୁ ୧୯ ତାରିଖ ତିନିଦିନ ଧରି ପରବର ମୁଖ୍ୟ ଉତ୍ସବ ପାଳନ କରାଯିବ ବୋଲି ଜିଲ୍ଲାପାଳ ଅଖତାର ସୂଚନା ଦେଇଛନ୍ତି । ଏହି ଉତ୍ସବରେ ଅବିଭିକ୍ତ କୋରାପୁଟ ଜିଲ୍ଲା ସମେତ ଓଡିଶା ତଥା ଦେଶର ବିଭିନ୍ନ ରାଜ୍ୟରୁ ଆଦିବାସୀ ଲୋକନୃତ୍ୟ ପ୍ରଦର୍ଶନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆନ୍ଧ୍ର – ଓଡିଶା ସୀମାନ୍ତ କୋଟିଆ ଗ୍ରାମପୁଞ୍ଜର ନେରେଡି ବାଲସାଠାରେ ପରବ-୨୦୨୧ ର ଶୁଭାରମ୍ଭ କରାଯିବ ବୋଲି।  ନଭେମ୍ବର ମାସ ୨୦ ତାରିଖରେ ଆରମ୍ଭ ହେବା ପାଇଁ ସ୍ଥିର ହୋଇଛି। ପ୍ରତିବର୍ଷ ପରି ପଞ୍ଚାୟତ ସ୍ତରରେ ପରବ ପାଳନ କରାଯିବ। ପରବ ଉତ୍ସବ ପାଳନ କରିବାକୁ ରାଜ୍ୟ ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । 

କୋରାପୁଟ  ସହରର ଉମୁରୀ ଗ୍ରାମକୁ ଯିବା ରାସ୍ତା ପାହାଡ ଜମିକୁ ପରବ ପଡିଆ କରାଯିବା ନିମନ୍ତେ ଭୂମି ପୁଜା କରାଯାଇଥିଲା । ଉକ୍ତ ଜମି ଜଙ୍ଗଳ ବିଭାଗ ଅଧିନରେ ଥିବା କାରଣରୁ ଏପର୍ଯ୍ୟନ୍ତ ପରବ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିବା ଯୋଗୁଁ ଯଥା ସିଘ୍ର ଉକ୍ତ ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅଧିନକୁ ଆଣିବାକୁ ଜୟପୁର ବିଧାୟକ ଶ୍ରୀ ବାହିନୀ ପତି ତଥା ଅନ୍ୟ ବିଧାୟକମାନେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ଏକ କମିଟି କରାଯିବା ସହିତ ଉକ୍ତ କମିଟି ସେହି ସ୍ଥାନ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ପରେ ଯାଇ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ କରିଛନ୍ତି ।

ଜିଲ୍ଲାସ୍ତରୀୟ ପରବରେ ସାଂସ୍କୃତିକ , କ୍ରୀଡା ଓ ଫୁଟବଲ ପ୍ରତିଯୋଗିତା ଆଦି ଆୟୋଜନ କରାଯିବ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରସ୍ତାବ ଦେଇଥିଲେ ଯେ ପଟ୍ଟାଙ୍ଗୀ ବ୍ଲକର ବ୍ରିଟିଶ ରାସ୍ତାକୁ ବିକ୍ରମ ମାର୍ଗ ନାମରେ ନାମିତ କରିବାପାଇଁ। ସୂଚନା ଯୋଗ୍ୟ ଏହିକି ୧୯୯୬ ମସିହାରେ ତତ୍କାଳୀନ ଜିଲ୍ଲାପାଳ ସଞ୍ଜିବ କୁମାର ଚୋପ୍ରା କୋରାପୁଟ ଜିଲ୍ଲାରେ ପରବ ର ମୂଳଦୁଆକୁ ପକା ଥିଲେ। ଉଦ୍ଦେଶ୍ଯ ଥିଲା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଯେଉଁ ଲୁକାୟିତ ପ୍ରତିଭା ମାନେ ଅଛନ୍ତି କିନ୍ତୁ ସେମାନଙ୍କ ପ୍ରତିଭା ଲୋକ ଲୋଚନକୁ ଆସି ପାରୁ ନାହିଁ “, ପରବ ପାଳନ ମାଧ୍ୟମରେ ସେମାନଙ୍କୁ ଅନ୍ବେଷଣ କରାଯାଇ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଆରମ୍ଭ ହୋଇଥିଲା । ସେହି ପରବ ଚଳିତ ବର୍ଷ ୨୫ ବର୍ଷରେ ପହଞ୍ଚିଛି । କରୋନା ପାଇଁ ଏହି ଉତ୍ସବ ଯାକଜମକରେ ପାଳନ କରାଯିବ, କିନ୍ତୁ କୋରୋନା ପାଇଁ ସମସ୍ତ କଟକଣା ନିୟମ କୁ ପାଳନ କରାଯିବ । 

ସୋମବାର ଉକ୍ତ ବୈଠକରେ ପରବ କମିଟିର ସମସ୍ତ ସଦସ୍ୟ – ସଦସ୍ୟା ଏବଂ ଜିଲ୍ଲାର ସମସ୍ତ ତହସିଲଦାର ,ଗୋଷ୍ଟୀ ଊନ୍ନୟନ ଅଧିକାରୀ   ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ମାଧବ ପାଙ୍ଗୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । (ଶରତ ନାୟକ ) କୋରାପୁଟ 

 

Exit mobile version