Home ଓଡ଼ିଶା ସାପ କାମୁଡ଼ାରେ ମୃତ୍ୟୁର ଏକ ମାସ ପରେ ପୁଣି ମହୁମାଛି ଆକ୍ରମଣରେ ଯୁବକ ମୃତ୍ୟୁ, ବେସାହାରା ଦୁଇ ପରିବାର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp (ସଚେତନତାର ଅଭାବ,୨ ଗୋଟି କୁଟିଆ କନ୍ଧ ପରିବାରଙ୍କୁ ମିଳିପାରିଲା ନାହିଁ ସରକାରୀ ସହାୟତା ରାଶି) ଓଡ଼ିଶା ତାଜା ନ୍ୟୁଜ୍ (୨୫ ଅକ୍ଟୋବର ସୋମବାର) କଳାହାଣ୍ଡି :- ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ କାନକୁଟରୁ ପଞ୍ଚାୟତର କନ୍ଧବୋରି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ କନ୍ଧ ବୋରି ଗାଁର ଆଦୁନୁ ମାଝୀ (୩୦) ମହୁ ସଂଗ୍ରହ କରିବା ପାଇଁ ଗାଁ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲେ । ହେଲେ ମହୁ ଫେଣାରୁ ବହୁତ ମହୁମାଛିଙ୍କୁ ଘଉଡାଇବା ପରେ ପୁଣି ମହୁମାଛିମାନେ ମିଶି ଆଦୁନୁକୁ ଆକ୍ରମଣ କରିଥିଲେ । ମହୁମାଛିର ବିଷ କ୍ରିୟା ଯୋଗୁଁ ଯୁବକ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ବହୁ କଷ୍ଟରେ ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଲ ନିକଟକୁ ପହଞ୍ଚି ପାରିଥିଲେ ଓ ପୋଲ ଉପରେ ଶୋଇ ପଡ଼ିଥିଲେ । ଆଦୁନୁର ଗୁରୁତର ଅବସ୍ଥା ଦେଖି ରାସ୍ତାରେ ଯାଉଥିବା ଲୋକେ ତାକୁ ନେଇ ଘରେ ଛାଡିଥିଲେ । ଘର ଲୋକେ ଡାକ୍ତରଖାନା ନେବା ପୂର୍ବରୁ ଆଦୁନୁର ମୃତ୍ୟୁ ହୋଇଥିଲା । କିନ୍ତୁ ସଚେତନତାର ଅଭାଵ ଯୋଗୁଁ ଆଦୁନୁ ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିଲା । ମୃତ୍ୟୁ ପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହା ପରେ ଆଦୁନୁର ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ତାର ସ୍ତ୍ରୀ ରୁଖେ ମାଝୀ ଓ ଚାରି ଛୁଆ ବେସାହାରା ହୋଇ ପଡିଛନ୍ତି । ପରିବାରର ଏକ ମାତ୍ର ରୋଜଗାରିଆ ପୁଅ କୁ ହରାଇ ମା ମଧ୍ୟ ଭାଙ୍ଗି ପଡିଛି । ବର୍ତ୍ତମାନ ପରିବାରର ପ୍ରତିପୋଷଣ କିପରି ହେବ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି । ସେହିପରି ଗତ ସେପ୍ଟେମ୍ବର ୧୯ ତାରିଖରେ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁର ବେରେଙ୍ଗ ମାଝୀ (୪୫) ଘରେ ଶୋଇଥିବା ସମୟରେ ତାଙ୍କୁ ବିଷାକ୍ତ ସାପ କାମୁଡି ଥିଲା । ଗାଁ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେବା ସମୟରେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ତ୍ରୀ ପାଲାଡି ମାଝୀ ସ୍ୱାମୀ ବେରେଙ୍ଗଙ୍କ ଶବ ବ୍ୟବଚ୍ଛେଦ କରିବା ପାଇଁ ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା । ଗାଁ ନିକଟସ୍ଥ ଏକ ଗାଡ଼ିକୁ ଭଡା ଆକାରରେ ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼କୁ ନେବା ପାଇଁ ୬ ରୁ ୭ ହଜାର ଟଙ୍କା ଦାବି କରିଥିବା ଯୋଗୁଁ ସ୍ତ୍ରୀ ପାଲାଡିଙ୍କ ପକ୍ଷରୁ ଅସମ୍ଭବ ହୋଇଥିଲା । ପରିବାରର ରୋଜଗାରିଆ ସ୍ୱାମୀ ଚାଲିଯିବା ପରେ ପାଲାଡି ନିଜ ୩ ଗୋଟି ସନ୍ତାନକୁ କିପରି ପ୍ରତିପୋଷଣ କରିବେ ସେହି ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ଲାଞ୍ଜିଗଡ଼ ବ୍ଳକରେ ଦାୟିତ୍ୱରେ ଥିବା ମେଡ଼ିକାଲ କର୍ମଚାରୀ ମାନେ ମାସ ମାସ ଧରି ଅଞ୍ଚଳକୁ ଯାଉନଥିବା ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ କାର୍ଯ୍ୟ କରୁଥିବା ବେଳେ ଶତକଡ଼ା ୮୦ ପ୍ରତିଶତ କାର୍ଯ୍ୟ କାଗଜ ପତ୍ରରେ ଚାଲୁଥିବା ବେଳେ ଯୋଗାଯୋଗ ଅଭାବ ଯୋଗୁଁ ଏହି ଗରିବ ଆଦିମ ଜନଜାତି ବର୍ଗର ୨ ଗୋଟି ପରିବାର ଏବେ ସରକାରୀ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026