ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ଯରେ ମାଗଣା ତୃତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର ) ବରଗଡ଼ :- ଦିନ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ,ପଣ୍ଡାପାଲି, ବୀରମହାରାଜ ପୁର ର ମିଳିତ ଆନୁକୂଲ୍ଯରେ ତୃତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବନ୍ୟା ଆଶ୍ରୟ ସ୍ଥଳୀ, ଗଣ୍ଡତୁରୁମ,ଭେଡେନ,ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮୨ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ୫୦ ଜଣଙ୍କର ସମ୍ପୂର୍ଣ୍ଣ ମାଗଣା ଅପରେସନ ପାଇଁ ଏକ ସ୍ବତନ୍ତ୍ର ବସ୍ ଯୋଗେ ଚିକିତ୍ସାଳୟ କୁ ନିଆଗଲା ।

ଏହି ଶିବିର କୁ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଫିତା କାଟି ଉଦ୍ଘାଟନ କରିଥିଲେ ଓ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମହୁଲପାଲି ସରପଞ୍ଚ ପିଙ୍କି ବଢେଇ,ଉମେଶ ପ୍ରଧାନ,ପ୍ରମୋଦ ପ୍ରଧାନ,ରାଧେଶ୍ୟାମ ପ୍ରଧାନ,ହୃଷୀକେଶ ଧର,ଯୋଗୀନାଥ ମହାରଣା,ସଞ୍ଜୟ କର,

 

କାହ୍ନୁ ଉର୍ମା ପ୍ରମୁଖ ସହଯୋଗ କରିଥିବା ବେଳେ ମହାନଦୀ ନେତ୍ର ଚିକିତ୍ସାଳୟ ର ମୁଖ୍ୟ ସୁଜିତ କୁମାର ଥପା, ଢାଲେଶ କୁମାର ପ୍ରଧାନ ନିଷ୍ଠା ର ସଭାପତି ରକ୍ଷପାଳ ସାହୁ ,ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର ସାହୁ,ଲୋକନାଥ ସାହୁ, କ୍ଷୀରୋଦ୍ର ସାହୁ, ଜୟନ୍ତ ପ୍ରଧାନ, ବିଦ୍ୟାଧର ଭୋଇ,ମହିଳା ଶାଖା ର ମୁଖ୍ୟ ତ୍ରିପୁରା ଶୁହୁଲା ଓ ନିଷ୍ଠା ର ସମସ୍ତ ସଦସ୍ୟ/ସଦସ୍ୟା ପରିଚାଳନାରେ ସହଯୋଗ କରିଥିଲେ । ମାଗଣା ଅପରେସନ ପରେ ୫୦ଜଣ ଗରିବ ମାଁ ବାପା ଦୁନିଆଁ ର ଆଲୋକ ଦେଖିବେ ବୋଲି ନିଷ୍ଠା ପକ୍ଷରୁ କୁହାଯାଇଛି ।

Exit mobile version