ବିଶ୍ୱ ପୋଲିଓ  ଦିଵସକୁ ନେଇ ପୋଲିଓ ମୁକ୍ତ ଭାରତ ପାଇଁ  ଛାତ୍ରଛତ୍ରୀଙ୍କ ଦ୍ୱାରା ଜନସଚେତନା ଶୋଭାଯାତ୍ରା

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର )ବାଙ୍କୀ :- ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରଏନ.ସି.ସି, ରୋଭସରେଞ୍ଜରଓ ଚର୍ଚ୍ଚିକା ସରକାରୀ ବାଳିକାଉଚ୍ଚ ବିଦ୍ୟାଳୟ କନିଷ୍ଠ ବାଳିକାସମର ଶିକ୍ଷାର୍ଥି ବାହିନୀ ର ମିଳିତ ସହଯୋଗରେ  ବିଶ୍ୱ ପୋଲିଓ ଦିଵସ ପାଳିତ ଦିବସ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ରେ ପାଳିତ ହୋଇଥିଲା।ଏହି ସଚେତନ କାର୍ଯ୍ୟକ୍ରମ କୁ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ବେହେରା ଉଦଘାଟନ କରି କିପରି ପୋଲିଓ ମୁକ୍ତ  ବାଙ୍କୀ ଓ ଭାରତ ହେବ ସେ ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ

ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ ମହାପାତ୍ର  ଉଦାହରଣ ମାଧ୍ୟମରେ ପିଲିଓ କୁ କିପରି ଦୂର କରିବା ଓ ତାହାର ଚିହ୍ନଟ ନିରାକରଣ ସମ୍ପର୍କରେ କହିଥିଲେ।ବାଙ୍କୀ ମହାବିଦ୍ୟାଳୟ ର ଏନ.ସି.ସି କ୍ୟାପଟେନ ଡକ୍ଟର ସନ୍ଧ୍ୟା ରାଣୀ ମହାନ୍ତି ଉକ୍ତ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା କ୍ୟାଡଟ ମାନଙ୍କୁ ଶୃଙ୍ଖଳା ,ଅନୁଶାସନ  ସମ୍ପର୍କରେ ବୁଝେଇବା ସହ ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ଦାଇତ୍ୱ ସମ୍ପର୍କରେ  ବହୁ ଉପାଦେୟ ବିଷୟରେ ଆଲୋକପାତ କରି କିପରି ସମାଜରୁ ପୋଲିଓ ମୁକ୍ତ କରିବା ସେଥିପାଇଁ ଆମେ ସମସ୍ତେ ସଂକଳ୍ପ ନେବା ପାଇଁ କ୍ୟାପଟେନ ମହାନ୍ତି ପରାମର୍ଶ ଦେଇଥିଲେ।ପରିଶେଷରେ ଏକ

ବାଙ୍କୀମହାବିଦ୍ୟାଳୟ ଏନ.ସି.ସି ୩୧ ଜଣ,ରୋଭସରେଞ୍ଜର ୧୫ଜଣଏବଂ ଚର୍ଚ୍ଚିକା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାଳିକା କନିଷ୍ଠ ସମର ଶିକ୍ଷାର୍ଥି ବାହିନୀ ର ୪୧ଜଣ କ୍ୟାଡଟ   ପୋଲିଓ ମୁକ୍ତ ଭାରତ  ପାଇଁ ମହାବିଦ୍ୟାଳୟ ରୁ ଏକ ସଚେତନତା ଶୋଭାଯାତ୍ରା  ରେ ସହର ପରିକ୍ରମା କରିବା ସହ  ଜନସାଧାରଣଙ୍କୁ ପୋଲିଓ ସମ୍ପର୍କରେ  ସଚେତନ କରାଇ ପ୍ରତିଟି ପରିବାର ର ସଦସ୍ୟ କିଭଳି ପୋଲିଓ ମୁକ୍ତ ରହିବା ସହ ସେମାନଙ୍କ ଶିଶୁ ମାନଙ୍କୁ  ସଠିକ ସମୟରେ  ପୋଲିଓ ବୁନ୍ଦା ଦେବା ପାଇଁ ଅନୁରୋଧ କରିଥିଲେ। ଏହିକାର୍ଯ୍ୟକ୍ରମ ରେ ଏନ.ସି.ସି ଥାର୍ଡ ଅଫିସର ଜୟନ୍ତୀ ଗୋଛି,ରୋଭସଲିଡର ଭୂପତି ଭୂଷଣ ପ୍ରଧାନ, ରେଞ୍ଜରଲିଡ଼ର  ଦେବସ୍ମିତା ରାଉତ ତତ୍ୱାବଧାନ ରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Exit mobile version