ବାଳିକା କନିଷ୍ଠ ସମର ଶିକ୍ଷାର୍ଥି ବାହିନୀ ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର )ବାଙ୍କୀ :- ଆଜି ବାଙ୍କୀ  ଚର୍ଚ୍ଚିକାସରକାରୀ ଉଚ୍ଚ ବିଦ୍ୟାଳୟ ର ବାଳିକା କନିଷ୍ଠ ସମର ଶିକ୍ଷାର୍ଥି ବାହିନୀ ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ଚର୍ଚ୍ଚିକାସରକାରୀ ଉଚ୍ଚ ବିଦ୍ୟାଳୟ ର ଏନ.ସି.ସି ଥାର୍ଡ ଅଫିସର ଜୟନ୍ତୀ ଗୋଛି  ଉଦଘାଟନ କରି ପାରିଚଳନା କରିଥିଲେ।ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ୪୨ ଜଣ ବାଳିକା କନିଷ୍ଠ ସମର ଶିକ୍ଷାର୍ଥି ବାହିନୀ କ୍ୟାଡେଟ ଭାଗ ନେଇ ବାଙ୍କୀ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତହସିଲ କାର୍ଯ୍ୟାଳୟ ସଫେଇ କରି ଉକ୍ତ ପରିସର ରେ ଥିବା ମହାତ୍ମା ଗାନ୍ଧୀ, ଗୋପବନ୍ଧୁ, ପଣ୍ଡିତ ଗୋବିନ୍ଦ ରଥ, ନୀଳମଣି ବିଦ୍ୟାରତ୍ନ ଙ୍କ ପତିମୃତି କୁ ପରିଷ୍କାର କରି ଥିଲେ।ବାଳିକା କନିଷ୍ଠ ସମର ଶିକ୍ଷାର୍ଥି ବାହିନୀର କ୍ୟାଡେଟ ଙ୍କ ଏହିପରି କାର୍ଯ୍ୟକ୍ରମ କୁ ବାଙ୍କୀ ର ବହୁ ବୁଦ୍ଧି ଜୀବୀ ସ୍ୱାଗତ କରିଛନ୍ତି।

Exit mobile version