ଡମପଡା ବ୍ଲକ ଯୁବ ବିଜେଡି ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ,ବୃକ୍ଷ ରୋପଣ ଓ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର )ବାଙ୍କୀ :- ଆଜି ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଭାଗୀ ରଥୀ ପାଣି ଙ୍କ ପରିଚାଳନା ରେ ଡମପଡା ବ୍ଲକ ପାଥପୁର ପଞ୍ଚାୟତ କଇଁମୁଣ୍ଡି ଚାରିଘେରିଆ ଇନ୍ଦିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଓ  ଡମପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର  ଠାରେ ପୃଥକ ପୃଥକ ଭାବେ  ସାମାଜିକ କାର୍ଯ୍ୟକ୍ରମ, ବୃକ୍ଷ ରୋପଣ, ସଫେଇ ଓ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା।ବିଧାୟକ ଶ୍ରୀତ୍ରିପାଠୀ ଙ୍କ ସହ ଡମପଡା ବ୍ଲକ ର ଛାତ୍ର ଓ ଯୁବ ବିଜେଡି କର୍ମୀମାନେ ପ୍ରଥମେ  ଡମପଡା ବ୍ଲକ ଡମପଡା ସ୍ଥିତ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ପରିସର କୁ ସଫେଇ କରି  ବୃକ୍ଷ ରୋପଣ

କରିଥିଲେ।ବିଧାୟକ ଶ୍ରୀ ତ୍ରିପାଠୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସୁବିଧା ଅସୁବିଧା ସମ୍ପର୍କରେ ଡାକ୍ତର ଓ ଜନ ସାଧାରଣ ଙ୍କ ସହ  ଆଲୋଚନା କରିଥିଲେ।କିପରି ସର୍ବଦା ଚିକିତ୍ସାଳୟ  ଓ ତାହାର ପରିସର କୁ ସ୍ୱଚ୍ଛ ନିର୍ମଳ ରଖା ଯାଇ ପାରିବ ସେ ସମ୍ପର୍କରେ ବହୁ ଉପାଦେୟ ଉଦାହରଣ ବିଧାୟକ ଶ୍ରୀ ତ୍ରିପାଠୀ  ଚିକିତ୍ସାଳୟ ର କର୍ମଚାରୀ ଙ୍କୁ ବୁଝାଇଥିଲେ। ଆଜି ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ବୃକ୍ଷ ରୋପଣ କରାଗଲା ତାହାର ଯତ୍ନ ନେବାପାଇଁ  ବିଧାୟକ ସମସ୍ତ ଙ୍କୁ  ପରାମର୍ଶ ଦେଇଥିଲେ।ଏହାପରେ ବିଧାୟକ ତ୍ରିପାଠୀ  ଶ୍ରୀ ତ୍ରିପାଠୀ ଙ୍କ ଦ୍ଵାରା ଡମପଡା ବ୍ଲକ ପାଥପୁର ପଞ୍ଚାୟତ କଇଁମୁଣ୍ଡି ଚାରିଘେରିଆ ଇନ୍ଦିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଉଦଘାଟିତ

ହୋଇଥିଲା।ଏହି ଶିବିର ରେ ଶିଶୁ,ମେଡ଼ିସିନ, ଇ .ଏନ .ଟି  ବିଭାଗ ର ଡାକ୍ତର ଆସି ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଉକ୍ତ ସ୍ୱାସ୍ଥ୍ୟ ଶିବିର ରେ ୫୦୦ରୁ ଉର୍ଦ୍ଧ ସ୍ଥାନୀୟ ଜନସାଧାରଣ  ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।ଉକ୍ତ ଦୁଇ ଗୋଟି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ଯୁବ ସଭାପତି ସୃତି ରଞ୍ଜନ ନାୟକ,ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର, ବାଙ୍କୀ ଓକିଲ ସଂଘ ର ସଭାପତି ଆଇନଜୀବୀ ଗୌରୀ ଶଙ୍କର ନନ୍ଦ,ପାଥପୁର ସରପଞ୍ଚ ଜିନାସାହୁ,ବିଏଲସି ସନ୍ଧ୍ୟା ରାଣୀ ସାହୁ,ସମାଜସେବୀ ଶୋଭନ ମହାନ୍ତି,ଦୁଷ୍ମନ୍ତ ସାହୁ,ନରେନ୍ଦ୍ର ସାହୁ,ଅଜିତ କୁମାର ସ୍ୱାଇଁ,ଗୋବିନ୍ଦ ପୁର ପୂର୍ବତନ ସରପଞ୍ଚ ପ୍ରମୋଦ ଚନ୍ଦ୍ର ସାହୁ,ଶିଶିର କୁମାର ବେହେରା, ଡମପଡାବ୍ଲକ ଛାତ୍ର ବିଜେଡି ସଭାପତି ଗୌରବ ବଳିଆର ସିଂ,କର୍ମକର୍ତ୍ତା ଆଶିଷ କୁମାର ପୃଷ୍ଟି,

ମନୋରଞ୍ଜନ ସାହୁ,ସୁନିଲ କୁମାର ସାହୁ ଙ୍କ ସମିତଡମପଡା ବ୍ଲକ ର ୧୭ଗୋଟି ପଞ୍ଚାୟତ ର ସମସ୍ତ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ଡମପଡା ବ୍ଲକ ଯୁବସଭାପତି ଶ୍ରୀ ପାଣି କହିଛନ୍ତି ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ନିର୍ଦେଶକ୍ରମେ ରାଜ୍ୟ ର ସମସ୍ତ ସ୍ଥାନ ନିର୍ବାଚନ ମଣ୍ଡଳୀ ରେ  ଅକ୍ଟୋବର ୨ରୁ ସାମାଜିକ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏହା ନଭେମ୍ବର ୨ରେ ସମାପ୍ତ ହେବ ।ଦଳର ସଭାପତି ଙ୍କ ଆଦେଶ ରେ ଏହି ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବାଙ୍କୀ ରେ ମଧ୍ୟ ବାଙ୍କୀ ବିଧାୟକ ଙ୍କ ଙ୍କପ୍ରତ୍ୟକ୍ଷ ତତ୍ୱାବଧାନ ରେ ସାମାଜିକସେବା କାର୍ଯ୍ୟକ୍ରମ ବାଙ୍କୀ ରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁଅକ୍ଟୋବର ୨ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ନଭେମ୍ବର ୨ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଶ୍ରୀ ପାଣି ପ୍ରକାଶ କରିଛନ୍ତି।

Exit mobile version