ବିଧାନସଭା ଗୃହ ସଦାଗର କମିଟିର ବରଗଡ଼ ଜିଲ୍ଲା ଗସ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ବରଗଡ଼ :-ଜନ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀ, ତଥା ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ  ମାନଙ୍କ ମଧ୍ୟରେ ସୁ ସଂପର୍କ ରକ୍ଷା କରି ନିଜ ଜିଲ୍ଲା ର ବିକାଶ କାର୍ଯ୍ୟ ତ୍ବରାନ୍ବିତ କରାଯାଇ ପାରିବ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ଅଟେ ବୋଲି ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ବିଧାନ ସଭା ଗୃହ ସଦାଗର କମିଟିର ଅଧ୍ୟକ୍ଷ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାର ଆଜି ଆୟୋଜିତ ସମୀକ୍ଷା ବୈଠକରେ କମିଟିର ସଦସ୍ୟ ମାନେ ବୁକ୍ ସାରକୁଲାର ୪୭( ନିୟମାବଳୀ ୪୭) ଉପରେ ଆଲୋଚନା କରିଥିଲେ ।

ଏଥିରେ ପ୍ରତ୍ୟେକ ସରକାରୀ ଅଧିକାରୀ ନିୟମାବଳୀ ୪୭ କୁ ପଢ଼ିବା ଉଚିତ୍ ଓ ତଦନୁଯାୟୀ ନିଜ ଜିଲ୍ଲା ର ବିଧାୟକ, ସାଂସଦ ଓ ଜନ ପ୍ରତିନିଧି ମାନଙ୍କ ସହିତ ଉଚିତ୍ ସମୟ, ସମ୍ପର୍କ ରକ୍ଷା କରି ସରକାର ଙ୍କ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରିବ ଏବଂ ସିଧା ସଳଖ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଉପରେ ଗୁରୁତ୍ବ ଆରୋପ କରିଥିଲେ।

ଗୃହ କମିଟି ର ସଦସ୍ୟ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ନର୍ଲା ବିଧାୟକ ଭୁପେନ୍ଦର ସିଂ, ବିଧାୟକ ପ୍ରଫୁଲ୍ଲ ସାମଲ, ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ, ବିଧାୟକ ଶଙ୍କର ଓରାମ, ବିଧାୟକ ଦାଶରଥି ଗମାଙ୍ଗ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଆଠ ଜଣ ସଦସ୍ୟ ଙ୍କ ସମେତ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

ଏଥିରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ସମେତ ଜିଲ୍ଲା ଏସପି ରାହୁଲ ଜୈନ, ଜିଲ୍ଲା ର ସମସ୍ତ ପ୍ରଶାସନିକ ଅଧିକାରୀ, ସମସ୍ତ ବିଡ଼ିଓ ଏବଂ ତହସିଲଦାର ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version