ଗଜପତି ଜିଲ୍ଲା ଆଇନ ପ୍ରାଧିକରଣ ପକ୍ଷରୁ କାଶୀନଗର ବ୍ଲକର ୨୫ଟି ଗ୍ରାମରେ ବସବାସ କରୁଥିବା ଲୋକମାନଙ୍କୁ ବିଭିନ୍ନଆଇନକୁନେଇ ସଚେତନତା କରାଯାଇଥିଲା

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :-  ଗଜପତିଜିଲ୍ଲାଆଇନପ୍ରାଧିକରଣପକ୍ଷରୁ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଗାନ୍ଧୀଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ପାନ୍ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ  ଜେ ବିଭିନ୍ନ ଗ୍ରାମ ବୁଲି ଘରର ଲୋକମାନଙ୍କୁ ଆଇନ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । କାଶୀନଗର ବ୍ଲକରେ ଥିବା ପାଖାପାଖି ୨୫ ଗୋଟି ଗ୍ରାମର ଲୋକମାନଙ୍କୁ ସଚେତନତା କରାଯାଇଥିବା ବେଳେ ଗ୍ରାମରେ ଥିବା ଲୋକମାନଙ୍କୁ ବିଭିନ୍ନ ଆଇନ ଗତ ଲିଫ୍‌ଲେଟ୍ ଓ କାଗଜପତ୍ର ବଣ୍ଟା ଯାଇଥିଲା ।

ପ୍ରତ୍ୟେକ ବ୍ଲକରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଇନ ସଚେତନତା କର୍ମୀମାନେ ନିଜ ନିଜ ଗ୍ରାମ ସହ ପାଖ ଗ୍ରାମରେ ମଧ୍ୟ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଶିବିର ଆସନ୍ତା ୧୪ ନଭେମ୍ବର ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରାଧିକରଣ ସଚିବ ଶ୍ରୀ ନାୟକ ନିଜ ବକ୍ତ୍ୟବରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକୁ ପ୍ରାଧିକରଣ କର୍ମଚାରୀ ଓ ଆଇନ ସଚେତନତା କର୍ମୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ l

Exit mobile version