ନୂଆଗାଁ ବ୍ଲକ୍ ବିଜୁ ଯୁବ ଓ ଛାତ୍ର କର୍ମକର୍ତ୍ତା ସମ୍ମିଳନୀ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ହାଇସ୍କୁଲ୍ ପଡ଼ିଆରେ ନୂଆଗାଁ ବ୍ଲକ୍ ବିଜୁ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ବିଜୁ ଯୁବ ଓ ଛାତ୍ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସମ୍ମିଳନୀ କୁ ଉଦ୍ଘାଟନ କରିବା ସହ ଯୁବ , ଛାତ୍ର ସଂଗଠିତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରୟାସ,ଦଳର ଆଦର୍ଶ,ଯୁବକ ବନ୍ଦୁ ମାନେ ହେଉଛନ୍ତି ଆଗଧାଡିର ନେତା ତେଣୁ ଦଳର ଆଭିମୁଖ୍ୟ ଜାଣି ଗ୍ରାମାଞ୍ଚଳ ରେ ପରିପ୍ରକାଶ କରିବେ ବୋଲି ଯୁବ ଛାତ୍ର ମାନଙ୍କୁ କହିଥିଲେ ।

ଆଚ୍ଛା ଦିନ୍ ଆୟେଗା ର କଥା କିପରି ଫେଲ ମାରିଛି ଓଡ଼ିଶାର ଜନସାଧାରଣ ବୁଝି ଶାରିଲେଣି ବୋଲି କହିବା ସହ ଶିକ୍ଷା ,ସ୍ବାସ୍ଥ୍ୟ,ଆଦି ପ୍ରତ୍ୟେକ କ୍ଷେତ୍ର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା ଓ ପ୍ରଚ୍ଛେଷ୍ଟା କିପରି ତୃଣମୂଳ କ୍ଷେତ୍ରରେ ଯୁବକ ମାନେ ପହଞ୍ଚାଇବା ସେଥିପାଇଁ ଯୁବ,ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । ତତ୍ ସହିତ ଓଡ଼ିଶା ମୋ ପରିବାର,ବିଜୁ ସ୍ବାସ୍ଥ୍ୟ କାର୍ଡ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଆଗାମୀ ନିର୍ବାଚନ ରେ ସମସ୍ତ ଯୁବ ,ଛାତ୍ର ,କର୍ମୀ ଏକ ହୋଇ ଲଢି ବିଜୟୀ ହେବା ପାଇଁ ଆହ୍ବାନ ଯୁବ,ଛାତ୍ର ମାନଙ୍କୁ ଆହ୍ବାନ ଦେଇଥିଲେ ଦଶପଲ୍ଲା ବିଧାୟକ । ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦଶପଲ୍ଲା ବିଧାୟକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏହି କର୍ମକର୍ତ୍ତା ସମ୍ମିଳନୀ ରେ ଜିଲ୍ଲା ଯୁବ ଓ ଛାତ୍ର ସଭାପତି,ଉପ ସଭାପତି ,ନୂଆଗାଁ ,ଦଶପଲ୍ଲା ଗଣିଆ ବ୍ଲକ ର ଯୁବ ,ଛାତ୍ର ସଭାପତି ,ଉପ ସଭାପତି ,ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି,ବ୍ଲକ୍ ପ୍ରତିନିଧି,ଦଳୀୟ ନେତୃବୃନ୍ଦ,ନୂଆଗାଁ ଓ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷ ,ଉପାଧ୍ୟକ୍ଷ ଙ୍କ ସହ ନୂଆଗାଁ ବ୍ଲକ୍ ର ପ୍ରତି ପଞ୍ଚାୟତ ର ଯୁବ ଓ ଛାତ୍ର ସଭାପତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମିଳନୀ ରେ ନୂଆଗାଁ, ମାଇଛେଳି,କୋରଡ଼ା, କାପ୍ତା ପଲ୍ଲୀ ଆଦି ବିଭିନ୍ନ ପଞ୍ଚାୟତ ରୁ ଯୁବ ଓ ଛାତ୍ର ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଶପଲ୍ଲା ବିଧାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଦଳରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନା ରେ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ନୂଆଗାଁ ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା,ଯୁବ ଉପ ସଭାପତି ସଞ୍ଜୀବ କୁମାର ଡାକୁଆ,ସୁଶାନ୍ତ କୁମାର ପଢିଆରୀ ବିଶେଷ ସହଯୋଗ କରିଥିଲେ । ବ୍ଲକ୍ ବିଜୁ ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସେବା କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ବିଜୁ ଯୁବ ଓ ଛାତ୍ର ମାନଙ୍କୁ ନେଇ ନୂଆଗାଁ ହାଇସ୍କୁଲ୍,ସ୍ୱାସ୍ଥ୍ୟକେନ୍ଦ୍ର ସଫେଇ କରିଥିଲେ ।

Exit mobile version