ଗଜପତି ଜିଲ୍ଲାର ଲୁହାଗୁଡ଼ି ; ଚାନ୍ଦିପୁଟ ରାସ୍ତାରୁ ମୋହନା ପୋଲିସ ଏକ କାରରୁ୬୫ କିଲୋ ଗଞ୍ଜେଇ ସହ କାର ଜବତ – ୨ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ବର୍ଷସାରା ଶହ ଶହ କୁଇଣ୍ଟାଲ ଗଞ୍ଜେଇ  ଚୋରା ଚାଲାଣ ହେଉଛି । କିଛି ମାଫିଆ ପୁଲିସ ପଞ୍ଝାରେ ପଡ଼ୁଥିବା ବେଳେ ଆଉ କେତେ ପୁଲିସକୁ ଚଜ୍‌ମା ଦେଖାଇ ଖସି ଯାଉଛନ୍ତି । ଏଭଳି ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଗଜପତି ଜିଲ୍ଲାର ତିନିଟି ଥାନା ଅଧିକାରୀ ରାତି ଦିନ ଏକ କରିଦେଇଛନ୍ତି । ଗଜପତି ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ବାବଧାନରେ ମୋହନା ଥାନା ଅଧିକାରୀ ସୁଜିତ୍ କୁମାର ନାୟକ ଓ ତାଙ୍କ ଟିମଙ୍କ ନେତୃତ୍ୱରେ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରୁଥିବା ବେଳେ ଲୁହାଗୁଡି -ଚାନ୍ଦିପୁଟ ରାସ୍ତାରେ ଏକ ହୋଣ୍ଡା ସିଟି କାର ନଂ ଡବ୍ଲ୍ୟୁବି ଠ୨ଏସ୯୬୮୪ ଦୃତ ବେଗରେ ଆସୁଥିବା ଦେଖି ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ଗାତି ମଧ୍ୟରୁ ୩ଟି ଜରି ବସ୍ତାରେ ୬୫ କିଲୋ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲେ ।

ଯାହାର ବଜାରରେ ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ । ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଝାଡଖଣ୍ଡ ରାଜ୍ୟ କୋଟେ ରମା ଗ୍ରାମର ମୁଶାରଫ ଆଲାମ (୧୯) ଓ ବିହାର ରାଜ୍ୟ କୋଟ ଆଲି ଥାନା ଅନ୍ତର୍ଗତ କମନା ନେହୁର ଗ୍ରାମର ସୁରଜ ମେହେତୋ (୨୩) କୁ ଗିରଫ କରି କୋର୍ଟ ଚାଲାଗ କରାଯାଇଥିବା ବେଳେ କାରକୁ ମଧ୍ୟ ଜବତ କରା ଯାଇଛି । ମାଫିଆମାନେ ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତରୁ ଗଞ୍ଜେଇ ସଂଗ୍ରହ କରି ବିହାର ରାଜ୍ୟର ପାଟଣା ସହରକୁ ବୋରାଚାଲାଣ କରୁଥିଲେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ l

Exit mobile version