କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରୁଛି ବାଙ୍କୀ ଏନଏସି ୯ ନମ୍ବର ୱାର୍ଡ ରେଣୁକା ନଗର

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :- କଟକ ଜିଲ୍ଲା ବାଙ୍କୀ ଏନଏସି ମୁଖ୍ୟ କାର୍ଯ୍ୟାଳୟ ଠାରୁ ମାତ୍ର ଅନତି ଦୂରରେ ରହିଛି ଏହି ୯ ନମ୍ବର ୱାର୍ଡ ର ରେଣୁକା ନଗର।ଉକ୍ତ ୱାର୍ଡ ରେ ୧୮ ରୁ ଉର୍ଦ୍ଧ ପରିବାର ଦୀର୍ଘ ବର୍ଷ ହେବ ବସବାସ କରି ଆସୁଛନ୍ତି।ଉକ୍ତ ୧୮ ଗୋଟି ପରିବାର ଏବେ ନିଜ ଘରକୁ ଅଣ୍ଟେ ଉଚ୍ଚର ବର୍ଷା ପାଣି ସହିତ ବାଙ୍କୀ ମୁଖ୍ୟ ବଜାରର ମଇଳା ପାଣି ଆସି ରେଣୁକା ନଗରକୁ ପ୍ରବେଶ କରି ଥିବାରୁ ଏବେ ଯାତାୟାତ ହୋଇପଡିଛି ଠପ। ପ୍ରତିଟି ଘରେ ଭରି ହୋଇ ରହିଛି ବର୍ଷା ପାଣି ସହିତ ଡ୍ରେନର ଅଳିଆ ଆବର୍ଜନା ମଇଳା ପାଣି ।ଉକ୍ତ ପରିବାର ମାନଙ୍କ ର ନିତ୍ୟକର୍ମ ସହିତ ରୋଷେଇ କରି ଖାଇବା ସେମାନଙ୍କ ପାଇଁ ହୋଇପଡିଛି କଷ୍ଟକର ପାଠ। ଏଭଳି ପାଣି ଜମାଟ ନେଇ ବିଭିନ୍ନ ରୋଗାକ୍ରାନ୍ତ ରେ ପଡୁଥିବା ବେଳେ ପାଠ ପଡ଼ିବାକୁ

ଯାଇପାରୁ ନାହାଁନ୍ତି ପିଲା ବୋଲି ଅଭିଯୋଗ କରିଛନ୍ତି ପରିବାର ର ଲୋକେ। ବିଭିନ୍ନ ସମୟରେ ଏହି ରେଣୁକା ନଗର ପକ୍ଷରୁ ଜଳନିସ୍କାସନ ସହିତ ରାସ୍ତାର ଉଚ୍ଚତା ଓ ଡ୍ରେନେଜ ର ବ୍ୟବସ୍ଥାକୁ ନେଇ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଓ ମୌଖିକ ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା ମିଳିପାରିଲା ନାହିଁ କୌଣସି ସୁଫଳ।ଏବେ ଏଠାକାର ବାସିନ୍ଦା ପାଣି ବନ୍ଦୀ ମଧ୍ୟରେ ରହି ଏକ ପ୍ରକାର କଷ୍ଟ ଭୋଗୁଥିବା ବେଳେ ବାଙ୍କୀ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ ବୋଲି ରେଣୁକା ନଗର ବାସିନ୍ଦା ଅଭିଯୋଗ କରୁଛନ୍ତି। ଉକ୍ତ ବାସିନ୍ଦା ମାନଙ୍କ ର ଯାନବାହାନ ଗୁଡିକ ନିଜ ନିଜ ଘରେ ପାଣିରେ ବୁଡି ରହି ନଷ୍ଟ ହେବାକୁ ବସିଲାଣି।ସୂଚନା ଯୋଗ୍ୟ ରେଣୁକା ନଦୀର ଉତ୍ତର ପାର୍ଶ୍ଵ ରେ ମାଟିପୋତା ଯିବା ଯୋଗୁଁ ଦକ୍ଷିର ପାର୍ଶ୍ଵ ର ରାସ୍ତାରେ ୪ଫୁଟର ପାଣି ଓ ମଇଳା ଆବର୍ଜନାରେ ପୂର୍ଣ୍ଣ ହୋଇ ରହିଥିବା ଯୋଗୁଁ ସେମାନଙ୍କ ଘର ଓ ଜାଗାକୁ ବର୍ତ୍ତମାନ ଯିବାଆସିବା

କଷ୍ଟକର ହୋଇପଡିଛି । ଏ ସଂପର୍କରେ ବାଙ୍କୀ ଏନ୍‌.ଏ.ସି କାର୍ଯ୍ୟାଳୟକୁ ଏହି ପରିବାର ବର୍ଗ ଲୋକମାନେ ଆପତ୍ତି କରିଥିଲେ ମଧ୍ୟ କୌଣସି ଫଳ ମିଳିପାରି ନାହିଁ । ଏନ୍‌.ଏ.ସି କର୍ତ୍ତୁପକ୍ଷଙ୍କ ଅବହେଳାର ପ୍ରତିବାଦ କରି ଏହି ବାସୀନ୍ଦାମାନେ ବାଙ୍କୀ ଆଜି ବାଙ୍କୀ ଉପଜିଲ୍ଲାପାଳ ଓ ବାଙ୍କୀ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ ପତ୍ର ପ୍ରଦାନ କରିବା ସହିତ ତୁରନ୍ତ ଏହାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି । ୱାର୍ଡର ବାସିନ୍ଦା ପ୍ରଦୀପ୍ତ ଚନ୍ଦ୍ର ସାହୁ, ନିରଞ୍ଜନ ବେହେରା, ଯୋଗୀନାଥ ମଲ୍ଲିକ, ପ୍ରମୋଦ କୁମାର ପାତ୍ର, ଭିକାରୀ ବେହେରା, ଶରତ ସାହୁ, ଅଜୟ କୁମାର ପଣ୍ଡା, ଯୁଗୋଳ ବେହେରା ପ୍ରମୁଖ ବ୍ୟକ୍ତିମାନେ ଦାବିପତ୍ର ପ୍ରଦାନ କରିଛନ୍ତି।ସରକାର ଏହି ଜଳବନ୍ଦୀ ରୁ ଉକ୍ତ ପରିବାର ମୁକ୍ତି ପାଇବେ ସେ ସମ୍ପର୍କରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।ଏ ସମ୍ପର୍କରେ ଉପଜିଲ୍ଲାପାଳ ଙ୍କୁ ଯୋଗ ଯୋଗ କରିବାକୁ ଫୋନ କରିଥିଲେ ଫୋନ ଲାଗିନଥିଲା।

Exit mobile version