ଜ଼ିଲ୍ଲାଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଜ଼ିଲ୍ଲା ସ୍ତରୀୟ ବ୍ୟାଙ୍କର ସମ୍ମିଳନୀ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବରଗଡ :- ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜ଼ିଲ୍ଲା ସ୍ତରୀୟ ବ୍ୟାଙ୍କର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ନାବାର୍ଡ ଡିଡିଏମ ହଟକିଶୋର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଏଡିମ ବରଗଡ ମିର୍ଧା ଟପ୍ପୋ, ପିଡି ଡଆରଡିଏ କୁର୍ତ୍ତିବାସ ରାଉତ, ଏଲଡିଏମ ଏସବିଆଇ ସୀତାରାମ ମେହେର ଯୋଗଦାନ କରି ନାବାର୍ଡ ର ପିଏଲପିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଫିଲିସ୍ତା ଲାକ୍ରା ଡିଏଫଓ, ସନ୍ତୋଷ କୁମାର ମହାରଣା ସିଡିଏଓ, ଲଷ୍ମୀଧର ସୁନା, ଜିଏମ ଡିଆଇସି, ନୃସିଂହ ବାରିକ,ସିନିଅର ସାଇଣ୍ଟିଷ୍ଟ କେଭିକେ ଗମ୍ଭାରୀପାଲି, ଗୋବିନ୍ଦ ପଣ୍ଡା ଏଡିଏଚ ଓ ଜ଼ିଲ୍ଲା ର ସମସ୍ତ ବ୍ୟାଙ୍କର ଓ ଏନଜିଓ କର୍ମକର୍ତା ଯୋଗଦାନ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶ୍ରୀ ବେହେରା ନାବାର୍ଡ ର ସମସ୍ତ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ଶେଷରେ ଏନଏଲଏଫଟି ଅଧ୍ୟକ୍ଷ କଲାକାହ୍ନୁ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version