ମମିତା ମେହେର ହତ୍ୟା ଘଟଣା ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା : ଆମ୍ ଆଦମୀ ପାର୍ଟି

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା ରେ ଜଡିତ ଥିବାର ରାଜ୍ୟ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର କରିବା ଓ ଦୋଷୀ ମାନଙ୍କୁ ଦଣ୍ଡ ଦେବା ଦାବୀ ରେ ଆମ୍ ଆଦମୀ ପାର୍ଟି ବରଗଡ଼ ପକ୍ଷରୁ କ୍ୟାଣ୍ଡେଲ ଲାଇଟ ପ୍ରଦର୍ଶନ କରାଯାଇଛି ।

ଜିଲ୍ଳା ଆବାହକ ଭବାନୀ ସାହୁ, ମରିୟମ ବାର୍ଲା,ଅସିତ ସାହୁ, ଗୋଲାପୀ ସୁନା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅପରପକ୍ଷରେ ବରଗଡ଼ ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ଆଗାମୀ ଦିନରେ ଯଦି ସୁଧରା ନଯାଏ ତାହାଲେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଆପ ଆବାହକ ଶ୍ରୀ ଭବାନୀ ସାହୁ ଚେତାବନୀ ଦେଇଛନ୍ତି ।

Exit mobile version