Home ଓଡ଼ିଶା ଲୋକ ଵିଶ୍ଵାସର ପ୍ରତୀକ ବିଷମୁଲ ବୁଢ଼ାରାଜାଙ୍କ ବାର୍ଷିକ ଯାତ୍ରା ଆରମ୍ଭ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ପାହାଡ଼ପଦର ପଞ୍ଚାୟତ ସ୍ଥିତ ସାଡିଙ୍ଗ୍ ଗୁମ୍ଫା ଠାରେ ବିଷମୁଲ ବୁଢ଼ାରାଜାଙ୍କ ବାର୍ଷିକ ପର୍ବ ଗୁରୁବାର ଆରମ୍ଭ ହୋଇଯାଇଛି । ପ୍ରଥା ଅନୁଯାୟୀ ଚଳିତ କାର୍ତ୍ତିକ କୃଷ୍ଣପକ୍ଷ ତୃତୀୟା ଗୁରୁବାର ଦିନ ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନ ଧରି ସାଡିଙ୍ଗ୍ ଗୁମ୍ଫାରେ ବିଷମୁଲ ବୁଢାରାଜାଙ୍କ ଏହି ପର୍ବ ଆରମ୍ଭ ହୋଇଥାଏ । ତିନି ଦିନ ଧରି ହେଉଥିବା ଏହି ଯାତ୍ରାର ପ୍ରଥମ ଦିନରେ ୫ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମର ଝିଅମାନେ କଳସରେ ନିକଟସ୍ଥ ନଦୀରୁ ପାଣି ଧରି ପାହାଡ଼ ପଦର ପଞ୍ଚାୟତ ପରିକ୍ରମା କରି ବିଷମୁଲ ବୁଢ଼ାରାଜାଙ୍କ ପୀଠକୁ ଆସିଥିଲେ । ପରେ ପୀଠରେ ପୂଜକ ଲୋକନାଥ ମାଝୀ, ବୁଡୁ ନାଏକ ଓ ଜଗଦୀଶ ପୁଟା ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଶୁକ୍ଳ ଭୋଗ ଦିଆଯାଇଥିଲା । ଗୋଟିଏ ଲିଙ୍ଗରେ ନଡ଼ିଆ,ଧୂପ, ଓ ମୁହାଁ ଆଦି ଶୁକ୍ଳ ଭୋଗରେ ପୂଜା କରାଯାଇଥିଲା । ମାନସିକ ଧାରିମାନେ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ । ଏହି ଯାତ୍ରା ଦଶ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ କୋଭିତ କଟକଣା ଯୋଗୁଁ ଅନ୍ୟାନ୍ୟ ଜିଲ୍ଲାରୁ ଆସୁଥିବା ଭକ୍ତଙ୍କ ଭିଡ ଦେଖିବାକୁ ମିଳିନଥିଲା । ଏହି ପୂଜାରେ ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳର ୫ ଗୋଟି ପଞ୍ଚାୟତ ତଥା ପାହାଡ଼ ପଦର, ଲାଖବାହିଲି,ବିଜେପୁର, ମାଳିଯୁବାଙ୍ଗ ଓ ବେନଙ୍ଗାର ଭକ୍ତଙ୍କୁ ଦେଖିବାକୁ ମିଳିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଷମୁଲ ବୁଢ଼ାରାଜା ପୂଜା କମିଟି ସଭାପତି ଜଗଦୀଶ ବେନିଆଁଙ୍କ ତତ୍ତ୍ୱାବଧାନରେ ପାହାଡ଼ପଦର ପୂର୍ବତନ ସରପଞ୍ଚ କୁଞ୍ଜ ମାଝୀ,ମାଳିଯୁବାଙ୍ଗ ସରପଞ୍ଚ ଲାଳକୃଷ୍ଣ ମାଝୀ,ପୂଜା କମିଟିର ଉପ ସଭାପତି କୁମର ନାଏକ,କୋଷାଦକ୍ଷ ବଳଭଦ୍ର ସାହୁ,ଉପଦେଷ୍ଟା କମିଟିର ବୈଦ୍ୟନାଥ ନାଏକ,ଜଗଦୀଶ ପୁଟା, ମଧୁସୂଦନ ନାଏକ,କୁମରମଣି ନାଏକ,ଲୋକନାଥ ମାଝୀ,ଲିଙ୍ଗରାଜ ଦୁର୍ଗା,ଚନ୍ଦ୍ର ମାଝୀ,ବଳଭଦ୍ର ମାଝୀ,ମାଧବ ନାଏକ, ବନ ମାଝୀ ସମେତ କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ ସହଯୋଗ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026