ଉତ୍ତର କୋରିଆର କିମ ଜୋଙ୍ଗ ଉନ ଏବେ ସନ୍ଦେହ ଘେରରେ…

ଉତ୍ତର କୋରିଆ , ୱାଶିଂଟନ ( ଓଡିଶା ତାଜା ନ୍ୟୁଜ୍‌ )୨୭ ଏପ୍ରିଲ, ସୋମବାର :- ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ (୩୬) ଙ୍କ ସ୍ୱାସ୍ଥ୍ୟ ଉପରେ ସନ୍ଦେହ ଜାରି ରହିଛି। କିଏ କେଉଠି କହୁଛି ତାଙ୍କର ମୃତ୍ୟୁ ହୋଇଗଲାଣି , କିଏ ପୁଣି କହୁଛି ଯେ, ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଏଭଳି ସମୟରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜେ-ଇନ୍‌ଙ୍କ ବୈଦେଶିକ ନୀତି ପରାମର୍ଶଦାତା କିମ୍‌ଙ୍କ ସ୍ୱାସ୍ଥ୍ୟ ବିଷୟରେ ରବିବାର ସେ ସିଏନଏନ ଚ୍ୟାନେଲକୁ କହିଛନ୍ତି ଯେ, କିମ୍‌ ୧୨ ଏପ୍ରିଲରେ ହୃଦ୍‌ରୋଗରେ ଅସ୍ତ୍ରୋପଚାର କରିଥିଲେ । କିମ ଜୋଙ୍ଗ ଜୀବନ୍ତ ଏବଂ ସୁସ୍ଥ ଅଛନ୍ତି ବୋଲି ରାଷ୍ଟ୍ରପତି ସିଏନଏନ ଚ୍ୟାନେଲକୁ କହିଛନ୍ତି ।

Exit mobile version