ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) କୋରାପୁଟ :- କିଛି ମାସ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସରେ ଲାଗିରହିଥିବା ଅନ୍ତଃ କନ୍ଦଳ ବାଦାନୁବାଦର ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । ଶେଷରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁର ଲୋକସଭା ଆସନର ପୁର୍ବତ୍ତନ ସାଂସଦ ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଜାତୀୟ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଆଜି ପଠାଇ ଦେଇଛନ୍ତି, ଫଳରେ ଅବିଭକ୍ତ କୋରାପୁଟ ସହିତ ରାଜ୍ୟ କଂଗ୍ରେସରେ ବାଦାନୁବାଦରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି କହିଲେ ଚଳେ । ତେବେ ଦେଖିବାକୁ ବାକି ରହିଲା ଆଗକୁ ଆଉ କଣ ହେଉଛି । ସେହିପରି ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁୁ ବିଜେଡ଼ି ବର୍ତ୍ତମାନ କଂଗ୍ରେସ ସହିତ ଭାଜପା ଦଳରୁ ଆମଦାନୀ କରିବାରେ ଲାଗିଛି ।
