Home ଅପରାଧ କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ : ସ୍କୁଲ ଷ୍ଟାଡିୟମ୍ ମାଟିତଳୁ ବାହାରିଲା ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) କଳାହାଣ୍ଡି :- ସ୍କୁଲ ଷ୍ଟାଡିୟମ୍ ମାଟିତଳୁ ବାହାରିଲା ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି , ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାର ପୋଲିସ ପତ୍ତା ଲଗାଇ ପାରୁନଥିବା ବେଳେ ,ଆଜି ସ୍କୁଲ ଷ୍ଟାଡିୟମ ମାଟି ତଳୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି I ମୃତ ଦେହ ଟି ନଷ୍ଟ ହୋଇ ଯାଇଥିବା ବେଳେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ I ଘଟଣାରୁ ପ୍ରକାଶ ଗତ ୮ ତାରିଖ ରୁ କଳାହାଣ୍ଡି ଜିଲ୍ଲା ତୁରକେଲା ଥାନା ଅନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେର ନିଖୋଜ ହୋଇଥିଲେ I ସେ ମହାଲିଙ୍ଗ ସନ୍ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ଥିଲେ I ଏ ନେଇ ତାଙ୍କ ପରିବାର ଲୋକେ ପ୍ରଥମେ କେଗାଁ ଓ ପରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ I ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସ୍କୁଲ ମାଲିକ ତଥା ସ୍କୁଲ ଉପଦେଷ୍ଟା କମିଟିର ସଭାପତି ଗୋବିନ୍ଦ ସାହୁ ମମିତା ଙ୍କୁ ୭ ତାରିଖ ରାତିରେ ଫୋନ କରି ୮ ତାରିଖ ସ୍କୁଲ ରେ ମିଟିଂ ଅଛି ବୋଲି କହି ଡ଼କାଇଥିଲେ ଓ ବସଷ୍ଟାଣ୍ଡ ରୁ ନିଜେ ଗୋବିନ୍ଦ ସାହୁ ମମିତା ଙ୍କୁ କାର ଯୋଗେ ଆଣିବାକୁ ଯାଇଥିଲେ I ତା ପରଠାରୁ ଦୀର୍ଘ ୧୧ ଦିନ ହେବ ଶିକ୍ଷୟତ୍ରୀ ନିଖୋଜ ଅଛନ୍ତି I ଆଜି ପୋଲିସ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍ରେ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ କରିଥିଲା । ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଉକ୍ତ ସ୍ଥାନକୁ ପୁଲିସ୍ ଚାରିପଟୁ ସିଲ୍ କରି ଦେଇଛି । ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ୍, ବ୍ରେସଲେଟ୍, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ମମିତାଙ୍କ ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି । Categories: ଅପରାଧ, ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026