ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ଆରୋହୀ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ଲକ୍ଷ୍ମୀପୁର :- ଏକ ବାଇକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବେଶୁ ମାଣ୍ଡିଙ୍ଗା । ବୟସ ୫୦ । ଘର ନାରାୟଣପାଟଣା ଥାନା ଅନ୍ତର୍ଗତ କାମିପଦର ଗ୍ରାମରେ । ଆଜି ମଧ୍ୟାହ୍ନରେ ଲକ୍ଷ୍ମୀପୁର ଥାନା ନିକଟସ୍ଥ ଆଇଓବି ବ୍ଯାଙ୍କକୁ ଯାଇ ବେଶୁ କାମ ସାରି ରାସ୍ତା ପାରି ହେଉଥିବା ବେଳେ ଅଶୋକ ନାୟକ ନାମକ ଜଣେ ବ୍ୟକ୍ତି କୋଡିଙ୍ଗାମାଳି ଖଣିରୁ ଡିୟୁଟି ସାରି ବାଇକ୍ ରେ ବାଇକ୍ ଯୋଗେ ଫେରୁଥିବା ବେଳେ ବେଶୁକୁ ଧକ୍କା ଦେଇଥିଲା ।

ଆହତ ଅବସ୍ଥାରେ ବେଶୁଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସାଧିନ ଥିବା ଜଣାଯାଇଛି । ଲକ୍ଷ୍ମୀପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ।

Exit mobile version