ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ୨୭ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ନିମନ୍ତେ ଆୟୋଜିତ ହେଲା ଭର୍ଚୁଆଲ ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :- ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ୨୭ ରେ ହେବାକୁ ଥିବା ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ନିମନ୍ତେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକ ରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ର ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ କିପରି ସୁଚାରୁରୂପେ ସମ୍ପାଦନା କରାଯାଇପାରିବ ସେଥିନିମନ୍ତେ ଆଲୋଚନା କରାଯାଇଥିଲା । ତତ୍ ସହିତ ଏହି ବୈଠକ ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କେତେ ସହାୟକ ହେବ ତାହା ମଧ୍ୟ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବ୍ଲକ ସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସଂଗଠନ କୁ କିପରି ସୁଦୃଢ କରାଯିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳର ପ୍ରତେକ କର୍ମକର୍ତ୍ତା କିପରି ସକ୍ରିୟ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ ତାହା ହିଁ ଏହି ପ୍ରଶିକ୍ଷଣ ଶିବିରର ମୂଳ ଉଦ୍ଦେଶ୍ୟ ରହିବ।

ଏହି ବୈଠକକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ( ଯୁବ ଓ ଛାତ୍ର ବ୍ୟାପାର) ତଥା ମାନ୍ୟବର ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ,ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ସଭାପତିତ୍ବ କରିଥିଲେ ।

ଏହି ବୈଠକରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଛାତ୍ର ବ୍ୟାପାର) ମନ୍ଦାକିନୀ କର, ଅମରଜିତ୍ ସେନାପତି, ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ (ଛାତ୍ର ବ୍ୟାପାର) ହରିଶଙ୍କର ରାଉତ, ସମେତ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଲକ ଏବଂ ମୁନସୀପାଲଟି ସଭାପତି ଏବଂ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Exit mobile version