କୁମାରପୂର୍ଣ୍ଣିମାରେ କୁମାରୀ ଗୀତରେ ଗାଁ ଦାଣ୍ଡ ମୁଖରିତ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) କୋରାଇ :- କୁମାର ପୂର୍ଣ୍ଣିମା ଅବସରରେ କୋରାଇ ଅଂଚଳର ପୁରପଲ୍ଲ୍‌ୀରେ କୁମାର ଉତ୍ସବ ସୋମବାର ପାଳିତ ହୋଇଛି । କରୋନା କଟକଣା ସତ୍ୱ ପରମ୍ପରା ଓ ସଂସ୍କୃତିକୁ ଛାଡିପାରି ନାହାଁନ୍ତି ଗାଁର ଅଧିବାସୀ । ପୂର୍ଣ୍ଣିମୀ ଅବସରରେ କୁମାରୀମାନଙ୍କର ‘ଫୁଲ ବଉଳବେଣୀ’ ଗୀତର ସ୍ୱରରେ ଗାଁ ଦାଣ୍ଡ ମୁଖରିତ ହୋଇ ଉଠିଛି । କୁଆଁର ପୂନେଇ ଓଷା ପାଇଁ ଗାଁ’ରେ ରହିଥିବା ଝିଅଙ୍କ ମନ ପ୍ରଫୁଲ୍ଲିତ ହୋଇ ଉଠିଛି । ସାଙ୍ଗସାଥୀ ମେଳରେ ନବମୀ ଠାରୁ ୭ଦିନ ଧରି ଝିଅମାନେ ସାହି ସାହି ବୁଲି କୁଆଁରପୂନେଇଁ ଖେଳୁଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତି ସେମାନଙ୍କ ମଧ୍ୟରେ ନାଚ, ଗୀତ, ବର-କନିଆଁ, ପୁଚି, ଲୁଚକାଳି ଆଦି ଖେଳର ପ୍ରତିଯୋଗିତା ହେଉଛ ।

ପୂର୍ଣ୍ଣିମୀ ଦିନ ଓଷାର ଉଦ୍‌ଯାପନୀ ହୋଇଥିବାରୁ ଆଜି ଝିଅମାନେ ଉପବାସ ପୂର୍ବକ ନବବସ୍ତ୍ର ପରିଧାନକରି ଚୋଉଁରା(ବୃନ୍ଦାବତୀ)କୁ ରଙ୍ଗ ବେରଙ୍ଗର ଗୌରୀରେ ସଜାଇଛନ୍ତି । ଏଥିରେ କାହା ଚୋଉଁରା ଅଧିକ ସୁନ୍ଦରହେବ ସେଥିପାଇଁ ଝିଅମାନେ ପ୍ରତିଯୋଗିତା ମୂଳକ ଭାବେ ଚଉଁରାରେ କଇଁ, ପଦ୍ମ ଫୁଲ ପକାଇବା ସହ ଜହ୍ନିଫୁଲର କୋଠି କାଟିବାର ଦୃଶ୍ୟ ବେଶ ଗାଁର ଚାରୁଚିତ୍ରକଳା ପ୍ରକାଶିତ ହୋଇଛି ।

ବୁଧବାର ପୂର୍ଣ୍ଣମୀ ସନ୍ଧ୍ୟାରେ ତୁଳସୀ ଚଉଁରାକୁ ପୂଜାର୍ଚ୍ଚନାକରି ପୂର୍ଣ୍ଣିମୀର ଚାନ୍ଦଦେଖି ବନ୍ଦାପନା କରିବା ପରେ ଝିଅମାନେ ଚୋଉଁରାମୂଳେ ମେଳିବାନ୍ଧି ବୋଲିଥିବା ‘ଫୁଲବୋଉଳବେଣୀ’ ଗୀତର ସ୍ୱରରେ ଗାଁ’ଦାଣ୍ଡ ମୁଖରିତ ହୋଇ ଉଠିଛି । ଅନ୍ୟପକ୍ଷରେ ଆଜିର ଏହି ପୂର୍ଣ୍ଣମୀ ଅବସରରେ କୋରାଇର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା କରୋନା କଟକଣା ଅନୁଯାୟୀ ଚାଲିଛି । ହେଲେ ଭକ୍ତ ଶୂନ୍ୟ ଯୋଗୁ ମା’ଙ୍କ ମଣ୍ଡପ ଫିକା ପଡିଯାଇଛି ।

Exit mobile version