ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) ବରଗଡ଼ :- ବରଗଡ଼ ଜିଲ୍ଲା ର ବିଭିନ୍ନ ଶକ୍ତିପୀଠ ଗୁଡିକରେ ମାଁ ଙ୍କ ଶାରଦୀୟ ପୂଜା ର ଶେଷ କୁମାର ପୂର୍ଣ୍ଣିମା ପୂଜା ଆଜି ଦିନ ତମାମ ଚାଲିଥିବା ପରିଲକ୍ଷିତ ହୋଇଛି । ବରଗଡ଼ ସହର ସ୍ଥିତ ଗ୍ରାମ୍ୟ ଦେବୀ ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ଆଜି ବିଶେଷ ପୂଜାର୍ଚ୍ଚନା କରାଯାଇ ମାଁ ଙ୍କୁ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରାଯାଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସଂଧ୍ୟା ରେ ବଏଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ମାଁ ମାନସିକଧାରୀ ଙ୍କୁ ଆଶିର୍ବାଦ କରିଥିଲେ । ସେହିପରି ବରାହଗୋଡାସ୍ଥିତ ମାଁ ପର୍ରାପାଟ୍ ଙ୍କ ପୀଠରେ ଦଶହରା ପୂର୍ଣ୍ଣିମା ଅବସରରେ ବିଶେଷ ପୂଜାର୍ଚ୍ଚନା କରାଯାଇ ଥିଲା ।
ଆଜି ସକାଳୁ ଦିନ ତମାମ ମାଁ ଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ମାଁ ଙ୍କୁ ଦର୍ଶନ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀ,ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ ପ୍ରମୁଖ ମନ୍ଦିର ରେ ପହଞ୍ଚିଥିଲେ । ହାଟପଦା ସ୍ଥିତ ମାଁ ଦୂର୍ଗା ଙ୍କ ମନ୍ଦିର, ମାଁ ଶ୍ୟାମ କାଳୀ ମନ୍ଦିର, ମାଁ ଉମା ମାହେଶ୍ୱରୀ ଙ୍କ ପୀଠ ରେ ଶରଦ ପୂର୍ଣ୍ଣିମା ପୂଜା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ମନ୍ଦିର କମିଟି ପକ୍ଷରୁ ଭକ୍ତଙ୍କ ମାଁ ଙ୍କୁ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା । (ସତ୍ୟ ନାରାୟଣ ପ୍ରଧାନ)
