ବରଗଡ଼ ରେ ଯୁଗାର ଯାତ୍ରା

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) ବରଗଡ଼ :- ଦଶହରା ପୂର୍ଣ୍ଣିମା ଅବସରରେ ମାଁ ଖଜୁରକଟିଏନ୍ ଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଛି । ବରଗଡ଼ ଟାଉନ ଖଜୁରଟିକ୍ରାର ର ଅଧିଷ୍ଠାତ୍ରୀ ଦେବୀ ମାଁ ଖଜୁରକଟିଏନ୍ ଙ୍କ ଦଶହରା ପୂର୍ଣ୍ଣିମା ପୂଜା ଆଜି ସକାଳୁ ଆରମ୍ଭ ହୋଇଥିଲା । ମନ୍ଦିର ସଂଲଗ୍ନ ମାଁ ଙ୍କ ଖଜୁରକଟାରେ ଝା°କର(ପୂଜକ) କଳସ ପୂଜାର୍ଚ୍ଚନା କରାଯାଇ ମନ୍ଦିରରେ ସ୍ଥାପନ କରାଯାଇଥିଲା ।

ପରେ ଆଜି ଦିନ ତମାମ ହୋମ୍ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ରେ ଭକ୍ତଙ୍କ ଦ୍ବାରା ମାଁ ଙ୍କୁ ମାନସିକ ଯୁଗାର ଅର୍ପଣ କରାଯାଇଥିଲା । ମାଁ ଙ୍କ ଠାରେ ପଶୁବଳି ବନ୍ଦ ହେବା ପରେ ଭକ୍ତମାନେ ମାନସିକ ଯୁଗାର ଭେଟି ଦେଉଛନ୍ତି ।

ଆଜି ଏହି ଉପଲକ୍ଷେ ଅନେକ ଭକ୍ତ ଭିନ୍ନ ଉଚ୍ଚତା ବିଶିଷ୍ଟ ଖଇରେ ତିଆରି ଯୁଗାର କୁ ସୁନ୍ଦର ଭାବେ ସଜ୍ଜିତ କରି ଶୋଭାଯାତ୍ରାରେ ବାହାରି ମାଁ ଙ୍କ ମନ୍ଦିର କୁ ଆଣିଥିଲେ । ସେଠାରେ ମାଁ ଙ୍କ ଠାରେ ଭୋଗ ଲାଗି ହେବା ପରେ ଶ୍ରଦ୍ଧାଳୁ ଙ୍କୁ ବଣ୍ଟନ କରାଯାଇଥିଲା । ଆଜି ଓ୍ବାର୍ଡ ନ° ୭ ନୂଆଁ ପଡ଼ାରୁ ମାନସିକ ଯୁଗାର ଶୋଭାଯାତ୍ରାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ନଗର ପାଳ ପ୍ରଶାନ୍ତ ବେହେରା,ଭରତ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version