ଦଶପଲ୍ଲା ବିଧାୟକ ଙ୍କୁ ଭେଟି କୃତଜ୍ଞତା ଜଣାଇଲେ ମା ତାରିଣୀ କ୍ଲବ୍ ର ସଦସ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) ନୂଆଗାଁ :- ଯୁବକ ମାନଙ୍କୁ ପ୍ରେରଣା ଦେବା ସହ ଯୁବକ ମାନଙ୍କ ଆଦର୍ଶ ପାଲଟିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ଯୁବକ ମାନେ କିପରି ଏକତ୍ରିତ ହୋଇ ବିକାଶ ରେ ସାମିଲ୍ ହେବେ ସେଥିପାଇଁ ଯୁବ ଓ ଛାତ୍ର ମାନଙ୍କୁ ଉତ୍ସାହିତ କରୁଛନ୍ତି ବିଧାୟକ ।

ଯାହାକି ଦଶପଲ୍ଲା ବିଧାୟକ ଙ୍କ ପ୍ରେରଣା ଓ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡ଼ା ଗ୍ରାମ ର ଯୁବକ ମାନଙ୍କ ପାଇଁ ମା ତାରିଣୀ ଯୁବକ ସଂଘ ପଞ୍ଜିକରଣ ହୋଇପାରିଛି । ତେଣୁ ମା ତାରିଣୀ ଯୁବକ ସଂଘ ଖାଲ ମଡ଼ା ଗ୍ରାମ ର ସଦସ୍ୟ ମାନେ ଦଶପଲ୍ଲା ବିଜେଡ଼ି କାର୍ଯ୍ୟାଳୟ କୁ ଯାଇ ବିଧାୟକ ଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଧାୟକ ଙ୍କ ହାତ ମୁଠା କୁ ସୁଦୃଢ଼ କରିବା ପାଇଁ କ୍ଲବ୍ ର ସଦସ୍ୟ ମାନେ କହିଛନ୍ତି ।

Exit mobile version