ରଣପୁର,ଚାନ୍ଦପୁର ,ରିପୋର୍ଟ /ଅଭିମନ୍ୟୁ (ଓଡିଶା ତାଜା ନ୍ୟୁଜ୍ ) ଜାଗା ଚୟନ ,ରବିବାର ୨୬ ଏପ୍ରିଲ ୨୦୨୦ :- ରଣପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ବାଣିଜ୍ୟ ସ୍ଥାନ ମଧ୍ୟରୁ ଚାନ୍ଦପୁର ଏକ ପ୍ରମୁଖ ବାଣିଜ୍ୟ ସ୍ଥାନ । ଏଠାକୁ୍ ୩ଟି ଜିଲ୍ଲାର ଚାଷୀମାନେ ଓ ଲୋକମାନେ ପ୍ରତିଦିନ ବ୍ଯବସାୟ କରିବାକୁ ଆସିଥାନ୍ତି । ଚାନ୍ଦପୁର ,କନ୍ଧନୟାଗଡ ଏବଂ ଚମ୍ପାଗଡର ମୁଖ୍ୟ ଜାତୀୟ ରାଜପଥ- ୧୬ ଉପର ଦେଇ ସବୁ ଜାନବାହାନ ଅତିକ୍ରମ କରେ ।
ଏହି ମୁଖ୍ୟ ରାସ୍ତାରେ ସବୁବେଳେ କିଛିନା କିଛି ସଡକ ଦୁର୍ଘଟଣା ଘଟୁଥିବା ରୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, କନ୍ଧନୟାଗଡ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧି ଏବଂ ଯୁବନେତା ଇଂ ସୁଧାଂଶୁ ଶେଖର ପ୍ରଧାନ ପ୍ରମୁଖ ସେହି ରାସ୍ତାରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଥିଲେ । ରାଜ୍ୟରେ କରୋନା ମହାମାରୀ ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ
ରାଜ୍ୟ ସରକାର ଆଜି ସେ ପ୍ରସ୍ତାବ କୁ ଅନୁଗ୍ରହ କରିଥିଲେ ଏବଂ N H A I ର ଅଧିକାରୀ ମାନେ ଆସି ଚାନ୍ଦପୁର ଠାରୁ କନ୍ଧନୟାଗଡ ମଧ୍ୟରେ ଓଭରବ୍ରିଜ ପାଇଁ ଜାଗା ଚୟନ କରିବା ସହିତ ଅନ୍ୟାନ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ । ଅତିଶୀଘ୍ର ଓଭରବ୍ରିଜ କାମ ଆରମ୍ଭ କରିବା ପାଇଁ ଉପସ୍ଥିତ ଥିବା NHAI ର ପିଡି, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଯୁବ ନେତା ଇଂ ସୁଧାଂଶୁ ଶେଖର ପ୍ରଧାନ ଏବଂ କୃଷ୍ଣ ଗୋପାଳ ବାଚସ୍ପତି ପ୍ରମୁଖ ସ୍ଥିର କରିଥିଲେ ।
