ତାରା-କୈଳାସ ବିବାଦରେ ଯବନିକା : ବିଜୁଜନତା ଦଳରେ ମିଶି ଶଙ୍ଖ ଫୁଙ୍କିଲେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ପୁର୍ବତ୍ତନ ବିଧାୟକ କୈଳାସ କୁଲେସିକା

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) ଲକ୍ଷ୍ମୀପୁର :-  କଂଗ୍ରେସରେ ଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୁର୍ବତ୍ତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା କିଛିଦିନର ବାଦ ବିବାଦ ପରେ ଦଳ ଛାଡ଼ି ଆଜି ବିଜୁ ଜନତାଦଳରେ ମିଶିଛନ୍ତି । ଏଥିସହିତ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତିଙ୍କ ସହିତ ଲାଗିରହିଥିବା ଦଳୀୟ କନ୍ଦଳର ଯବନିକା ପଡ଼ିଛି । ସୂଚନା ଅନୁଯାୟୀ ବିଜୁ ଜନତା ଦଳର ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ (ବବି) ଦାଶଙ୍କ ସହିତ ବେଜଡି ର ଗଣମାଧ୍ୟମ ମୁଖ୍ୟ ମାନସ ମଙ୍ଗରାଜ, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଂ ଈଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ସହିତ ରାଜ୍ୟ ବିଜୁଜନତା ଦଳର କାର୍ଯାଳୟ ଠାରେ ବିଜେଡିରେ ମିଶିଛନ୍ତି । ଏହି ସମୟରେ ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମୀନୀ ଦିଆନ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, କୋରାପୁଟ ବିଧାୟକ ରଘୁରାମ ପାଡାଲ ପ୍ରମୁଖ ଉପସ୍ଥିତ ଥିଲେ ।

ତାଙ୍କ ସହିତ ତାଙ୍କ ପତ୍ନୀ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଓ୍ବାଇ କୁଲେସିକା ଓ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ଚାରିଗୋଟି ବ୍ଲକ ଯଥା ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଯେଉଁ ମାନେ କି ଶ୍ରୀ କୈଳାସଙ୍କ ସମର୍ଥକ କର୍ମୀ ଓ ଆଗଧାଡ଼ିର କର୍ମୀ ସେମାନେ ମଧ୍ୟ ତାଙ୍କ ସହ କଂଗ୍ରେସ ଦଳକୁ ବାୟ ବାୟ କରି ବିଜେଡିରେ ସାମିଲ ହେହୋଇଛନ୍ତି । ଏଥିପାଇଁ ମଙ୍ଗଳବାର ରାତିରେ ପ୍ରାୟ ୩୦ଟି ଗାଡ଼ି ରେ ସମର୍ଥକ ମାନଙ୍କୁ ଧରି କୈଳାସ ଭୁବନେଶ୍ବର ଯାଇଛନ୍ତି ।

ସୂଚନା ଯୋଗ୍ୟ କିଛି ମାସ ହେଲା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତିଙ୍କ ସହିତ ଶ୍ରୀ କୁଲେସିକାଙ୍କ ବିବାଦ ଲାଗି ରହିଥିବା ସହିତ କଥା କଟାକଟି ଚାଲିଥିଲା । ଏପରିକି କୈଳାସ ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ମଧ୍ୟରେ ବୁଝାମଣା କରାଯାଇ କୈଳାସ ଇସ୍ତଫା ପତ୍ର ପ୍ରତ୍ଯାହର କରିଥିଲେ, କିନ୍ତୁ ତାଙ୍କରକେତେକ ଦାବି ପୂରଣ ନହେବା କାରଣରୁ ସେ ସେଥିରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳ ତ୍ଯାଗ କରି ଆଜି ଆନୁଷ୍ଠାନିକ ଭାବରେ ତାଙ୍କର ସମର୍ଥକ ମାନଙ୍କୁ ନେଇ ବିଜୁ ଜନତାଦଳରେ ସାମିଲ୍ ହୋଇଛନ୍ତି ।

ଆସନ୍ତା ପଞ୍ଚାୟତ ନିର୍ବାଚନ ପୁର୍ବରୁ ଏହି ଘଟଣା କଂଗ୍ରେସ ପାଇଁ କ୍ଷତି ପହଞ୍ଚାଇବା ସହିତ ବିଜୁଜନତା ଦଳର ନିଶ୍ଚିତ ଶକ୍ତି ବୃଦ୍ଧି ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ଏହିକି ଶ୍ରୀ କୁଲେସିକା ୨୦୦୯ କଂଗ୍ରେସରୁ ଟିକେଟ ନପାଇ ବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ଅବତୀର୍ଣ୍ଣ ହୋଇ ପରାଜିତ ହୋଇଥିଲେ। ପରେ ପୁଣି କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା ଓ ସେ ଜିତିଥିଲେ । ସେହିପରି ୨୦୧୯ ନିର୍ବାଚନରେ ମାତ୍ର ସଂଖ୍ଯକ ଭୋଟରେ ପରାଜିତ ହୋଇଥିଲେ ।

Exit mobile version